Monday , June 5 2023
Breaking News
Home / ବିଶେଷ / ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

କେନ୍ଦ୍ରାପଡ଼ା, ୦୨/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଅନ୍ତେବାସୀ ରୋଗୀମାନଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା  ସମ୍ପର୍କରେ ପଚାରିବୁଝିଥିଲେ । ଏଥିସହିତ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ବର୍ହି ବିଭାଗରେ ଦୈନିକ ନିର୍ଦ୍ଧିଷ୍ଟ ସମୟରେ ଡାକ୍ତର ରହୁନଥିବା ଓ ଡାକ୍ତରଖାନା ପରିସର ସ୍ୱଛ ଓ ସ୍ୱାସ୍ଥ୍ୟକର  ପରିବେଶ ରହିବା ପ୍ରଭୃତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ଏଠାରେ ଅସ୍ତ୍ରିଶଲ୍ୟ ବିଭାଗରେ ଡାକ୍ତର ନଥିବାରୁ ସେହି ରୋଗୀମାନେ ଚିକିତ୍ସାରୁ ବଂଚିତ ହେଉଥିବା ଏବଂ କେନ୍ଦ୍ରାପଡା ଡାକ୍ତରଖାନାରେ ଏକ ଆଇ.ସି.ୟୁ. ଖୋଳାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ରାପଡାବାସୀଙ୍କ ହିତ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ତରାଇ ଉପସ୍ଥିତ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.