Tuesday , October 3 2023
Breaking News
Home / ବିଶେଷ / ପାରାଦୀପ ରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ

ପାରାଦୀପ ରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ

ପାରାଦୀପ,୦୨/୧୦/୨୦୨୧(ଓଡ଼ିଶା ସମାଚାର)- ପ୍ରତ୍ୟେକ ବର୍ଷ ରାଜ୍ୟ ର ବିଜୁ ଜନତା ଦଳ ଅକ୍ଟୋବର ମାସ ୨ ତାରିଖ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ଆୟୋଜିତ ହୋଇଥାଏ । ସଂପ୍ରତି ମହାମାରୀ କରୋନ ସଂକ୍ରମଣ କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ରେ ପରିବର୍ତନ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଏବଂ ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ଜୟନ୍ତୀ କୁ ଦଳ ନିରାଡମ୍ବର ଭାବରେ ପାଳନ କରିବା ସହିତ ସମାଜସେବା ରେ ସାମିଲ ହେବାକୁ ନିବେଦନ କରିଛନ୍ତି ବିଜୁ ଜନତା ଦଳ ର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କର୍ମୀମାନେ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର ରେ ଶିକ୍ଷାନୁଷ୍ଠାନ ର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୂତି ସ୍ଥାନ କୁ ପରିଛନ୍ନ ରଖିବା ସହିତ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ରେ ଅଂଶ ଗ୍ରହଣ କରିବା ପାଇଁ ଦଳ ର ସଭାପତି ନିବେଦନ କରିଥିଲେ । ଏହିକ୍ରମ ରେ ପାରାଦୀପ ନଗର ବିଜୁ ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ପାରାଦୀପ ମଧୁବନସ୍ଥିତ ଗାନ୍ଧୀ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ, ଯୁବ ବିଜେଡି ସଭାପତି ଆଲୋକ କୁମାର ମହାପାତ୍ର, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ସବିତା ମହାପାତ୍ର, ପାରାଦୀପ ମହିଳା ବିଜେଡି ସଭାନେତ୍ରୀ ଚପଳା ସ୍ୱାଇଁ, ସଂଖ୍ୟାଲଘୁ ସେଲ୍ ର ଅଧ୍ୟକ୍ଷ ଅବଦୁଲ୍ ଆବିଦ୍ ଖାନ୍,ଚିତ ରଂଜନ ରାଉତରାୟ, କୁମରବର ନାୟକ,ଜ୍ୟୋତିକାନ୍ତ ପରିଡା, ପିପିଏଲ୍ ର ଶ୍ରମିକ ନେତା ପ୍ରଫୁଲ ଖଟୁଆ,ବିକ୍ରମ ମହାନ୍ତି,ଗୋଲେଖ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ସେହିପରି ପାରାଦୀପ ର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ମନସା ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଙ୍କ ତତ୍ୱାବଧାନ ରେ ସଂଗଠନ ର ସଦସ୍ୟମାନେ ଗାନ୍ଧୀଜୀ ଙ୍କ ପ୍ରତିମୁର୍ତୀ ରେ ପୁଷ୍ପଗୁଛ ପ୍ରଦାନ କରି ବେଲ୍ଟ ଲାଇନ୍ ମୁଣ୍ଡାପଡା ଠାରେ ସ୍ୱଛତା କାର୍ଯ୍ୟକ୍ରମ କରିବା ସହିତ ଗରୀବ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *