Monday , September 25 2023
Breaking News
Home / ବିଶେଷ / ନବୋଦୟ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲାରେ  ଟପର ଙ୍କୁ ସମ୍ବର୍ଦ୍ଧନା

ନବୋଦୟ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲାରେ  ଟପର ଙ୍କୁ ସମ୍ବର୍ଦ୍ଧନା

ଗରଦପୁର , ୦୨/୧୦/୨୦୨୧(ଓଡ଼ିଶା ସମାଚାର)- ନବୋଦୟ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲାରେ ସର୍ବୋଚ ନମ୍ବର ରଖି ଟପର ହୋଇଥିବା ଗରଦପୁର ଶିଶୁ ମନ୍ଦିରର ୫ମ ଶ୍ରେଣିର ଛାତ୍ର ମନୋଜ ମୁର୍ମୁ ଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଗରଦପୁର ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ବିଜେଡ଼ି ନେତା ଶୈଳେନ୍ଦ୍ର ମହାନ୍ତି , ପ୍ରହଲାଦ ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାସୁଦେବ ବେହେରା ପ୍ରମୁଖ ବ୍ଲକ୍ ପରିସରରେ ଶ୍ରୀ ମୁର୍ମୁଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ଉଲେଖନୀୟ ଏହିକି ଶ୍ରୀ ମୁର୍ମୁଙ୍କ ମା  ସୂର୍ଯ୍ୟମଣି ଟୁଡ଼ୁ ଗରଦପୁର ବ୍ଲକ୍ ରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲାବେଳେ ତାଙ୍କ ପିତା  ଦାସ ମୁର୍ମୁ ବୃତିରେ ଜଣେ ଶିକ୍ଷକ ଅଟନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *