Friday , January 28 2022
Breaking News
Home / ବିଶେଷ / ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ପଦଯାତ୍ରା

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ପଦଯାତ୍ରା

କେନ୍ଦ୍ରାପଡ଼ା, ୦୨/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ଦେଶ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଛି । ଏହି ଉପଲକ୍ଷେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଗୋପାଳ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦ଜଣ ପାରା ଆଇନ ସ୍ୱେଛାସେବୀ, ପ୍ୟାନେଲ ଆଇନଜୀବୀ ଓ ଆଇନସେବା ପ୍ରାଧିକରଣର କର୍ମଚାରୀମାନଙ୍କ ଦ୍ୱାରା ଏକ ଆଇନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବିଧାନ ସମ୍ମତ ନାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ପାରା ଆଇନ ସ୍ୱେଛାସେବୀମାନେ ଗ୍ରାମାଂଚଳ, ବନାଂଚଳ ତଥା ଅଧୁଷିତ ଅଂଚଳରେ ବସବାସ କରୁଥିବା ଦରିଦ୍ର ଓ ନିଷ୍ପ୍ୱେସିତ ଲୋକମାନଙ୍କୁ ଆଇନ ସହାୟତା ମାଗଣାରେ ପ୍ରଦାନ କରୁଛନ୍ତି । ଏହି ଆଇନଗତ ସାହାଯ୍ୟ ବିନା ମୂଲ୍ୟରେ ପ୍ରଦାନ କରୁଥିବା ବାର୍ତାକୁ ପ୍ରଚାର ଓ ପ୍ରସାର କରିବା ହେଉଛି ଏହି ପଦଯାତ୍ରାର ମୂଳଲକ୍ଷ୍ୟ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସଙ୍ଗୀତା ପାଣିଙ୍କ ପରିଚାଳନାରେ ଆୟୋଜିତ  ଏହି ପଦଯାତ୍ରାରେ ପରିବାର ଅଦାଲତ ଜଜ ବିକାଶ ଚନ୍ଦ୍ର ଦେଓ, ମୁଖ୍ୟ ବିଚାର ବିବାଗୀୟ ମ୍ୟାଜିଷ୍ଟ୍ରେଟ  ବିବାଶ୍ୱତ ଗୌତମ, ସିବିଲ ଜଜ ରାଜେଶ ରୋଶନ ନନ୍ଦ, ପ୍ରତମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଅମିତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । କୋର୍ଟ ପରିଚାଳିକା ସୁପ୍ରିତୀ ପଟ୍ଟନାୟକ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *