ମାହାଙ୍ଗା,୦୨/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଜାତିର ଜନକ ଅହିଂସାର ପ୍ରତୀକ ମହାତ୍ମାଗାନ୍ଧି ଓ ଭାରତର ଶାନ୍ତିଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏକ ଶାନ୍ତି ଓ ସଦଭାବନା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ । ଗାନ୍ଧି ଶିକ୍ଷାଶ୍ରମ କଇଥା ଚମ୍ପାପୁର ଠାରୁ ଏହି ଯାତ୍ରା ଆରଂଭ ହୋଇ ଭେଡା ରାମକୃଷ୍ଣପୁର ଜଟାଧାରୀ ଆଶ୍ରମ ଠାରେ ସମାପ୍ତ ହୋଇଥିଲା । କଇଥା ଠାରେ ଗାନ୍ଧି ସ୍ମାରକୀ ସ୍ମୁତିକୁ ଶତାଧିକ ଜନସାଧାରଣ ଦର୍ଶନ କରି ବାପୁଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
ଏହି ପଦଯାତ୍ରାରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ, ଜିଲାପରିଷଦ ସଦସ୍ୟ ହୃଷିକେଶ ସ୍ୱାଇଁ, ମୋନାଲିସା ଦାଶ,ପ୍ରଶାନ୍ତ ପଟ୍ଟନାୟକ, ଉମାଶଙ୍କର ବିଶ୍ୱାଳ, ଭବାନୀ ସାମଲ,ବିଶ୍ୱେଶ୍ୱର ମହାନ୍ତି, ନିରଞ୍ଜନ ବିଶ୍ୱାଳ,ସୁସ୍ମିତା ଦାସ,ତ୍ରିନାଥ ଜେନା ହେମନ୍ତ ପ୍ରଧାନ,ସଂଗ୍ରାମ ସିଂ,ସତ୍ୟନାରାୟଣ ମହାନ୍ତି, ପନଂଗ ଭୂଷଣ ଦାସ, ସତ୍ୟଜିତ କିଶୋର ଦାସ, ରିଆଯୁଲ ହୋଦା, ନିରଞ୍ଜନ ପ୍ରଧାନ, ପ୍ରଶାନ୍ତ ମହାନ୍ତି, ସଦାଶିବ ଦାଶ, ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର
