Monday , October 18 2021
Breaking News
Home / ରାଜନୀତି / ଗାନ୍ଧି ଜୟନ୍ତୀରେ ପାଟକୁରା କଂଗ୍ରେସ ବଜାଇଲା ପଂଚାୟତ ନିର୍ବାଚନ ବିଗୁଲ 

ଗାନ୍ଧି ଜୟନ୍ତୀରେ ପାଟକୁରା କଂଗ୍ରେସ ବଜାଇଲା ପଂଚାୟତ ନିର୍ବାଚନ ବିଗୁଲ 

ଗରଦପୁର , ୦୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ  ପାଳନ ସହିତ ପାଟକୁରା କଂଗ୍ରେସ ଆଜି ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଛି । ଏହି ଅବସରରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଗରଦପୁର ବ୍ଲକ୍ ସ୍ଥିତ ବଙ୍ଗାଳପୁର ପଂଚାୟତ ବନ୍ଧସାହି ଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବିରାଟ କର୍ମୀ ସମାବେଶ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଡ଼େରାବିଶି ବ୍ଲକ୍ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠି ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସେବା ଦଳ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳସ୍ଥରରୁ କଂଗ୍ରେସକୁ ମଜବୁତ କରିବା ସହ ଆସନ୍ତା ପଂଚାୟତ ନିର୍ବାଚନରେ ପାଟକୁରା ରେ ଶ୍ରୀ କାନୁନଗୋଙ୍କ ନେତୃତ୍ୱରେ ସମସ୍ତ ଜିଲାପରିଷଦ ସଦସ୍ୟ ସହିତ ଡ଼େରାବିଶି ଓ ଗରଦପୁର ବ୍ଲକ୍ ରେ ପଂଚାୟତ ସମିତି ଗଠନ କରିବା ସହ ସମସ୍ତ ପଂଚାୟତର ସରପଂଚ ଓ ସମିତି ସଭ୍ୟ ବିଜୟୀ ହେବା ନେଇ ଦୃଢ଼ ଆଶା ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପିସିସି ସମ୍ପାଦକ ଅମିୟ କୁମାର ପାଣ୍ଡବ ଯୋଗଦେଇ କଂଗ୍ରେସ କର୍ମୀମାନେ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସକୁ ପ୍ରତି ଗ୍ରାମ ସ୍ତରରେ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କଂଗ୍ରେସ କର୍ମୀ ଓ ନେତା ଏକଜୁଟ ହୋଇ କାମ କଲେ କଂଗ୍ରେସ ସମସ୍ତ ନିର୍ବାଚନରେ ବିଜୟୀ ହେବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ମଧ୍ୟ ପାଟକୁରା ରେ କଂଗ୍ରେସ ନେତା ଶ୍ରୀ କାନୁନଗୋ ବିଧାୟକ ଭାବେ ନିର୍ବାଚିତ ହେବେ ବୋଲି କହିଥିଲେ । ଗାନ୍ଧି ଜୟନ୍ତୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ତଥା ସାହିତି୍ୟକ ହିରଣ୍ୟ ମହାନ୍ତି ଯୋଗଦେଇ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ  ପ୍ରେରଣାଦାୟି ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ଦାସ , ଜିଲା ସେବାଦଳ ସଭାପତି ଜୟଦେବ ପରିଡ଼ା,ଆଇନସେଲ ସଭ୍ୟ ଧରଣୀଧର ସୁଆର,ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମଚକ୍ତାର ଖାଁ , ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ସତପଥି, ଦୟାଦିଧି ଜେନା, ଶୁଖଦାନନ୍ଦ ପ୍ରଧାନ , ଦିଲିପ ମଲିକ,ଗୋବର୍ଦ୍ଧନ ସାହୁ, ଶଙ୍କର୍ଷଣ ମଲିକ, ନୀରଂଜନ ରାଉତ, ସଂଗ୍ରାମ ପୃଷ୍ଟି,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା,ପ୍ରଭୁଦତ ପଣ୍ଡା,ରଂଜନ ପରଜା, ମହିଳା ସଭାନେତ୍ରୀ ରଶ୍ମିତା ମହାନ୍ତି, ତୁଷାରକାନ୍ତି ମିଶ୍ର, ଧର୍ମେନ୍ଦ୍ର ସିଂ, କୈଳାଶ କର , ମନୋଜ ମହାନ୍ତି,ସୁଦର୍ଷନ ମାହାଳୀ,ରମେଶ ବେଉରା, ଗୟାଧର ପ୍ରଧାନ ପ୍ରମୁଖ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହି  କଂଗ୍ରେସ ସଂଗଠନକୁ ଦୃଢ଼ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଉତ୍ସବରେ କିଛି ଅନ୍ୟ ଦଳର କର୍ମୀ କଂଗ୍ରେସ ରେ ସାମିଲ ହୋଇଥିଲେ । ଏହାଛଡ଼ା ଲକ୍ଷ୍ମୀନାରାୟଣପୁର ପଂଚାୟତର ଡ଼ିବି ସୋସିଆଲ ସର୍ଭିସ ଗୃପ୍ ର ସଭ୍ୟ ସଭ୍ୟାମାନେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହୋଇଥିବା ନୂତନ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗରଦପୁର ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ଭାରତର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ସାଢେ ୪କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ …

Leave a Reply

Your email address will not be published. Required fields are marked *