Tuesday , December 7 2021
Breaking News
Home / ବିଶେଷ / କଟକ ସଦର ବିଧାୟକଙ୍କ ଦ୍ୱାରା ମିଶନ ଶକ୍ତି ନୂତନ ଗୃହ ଉଦଘାଟିତ

କଟକ ସଦର ବିଧାୟକଙ୍କ ଦ୍ୱାରା ମିଶନ ଶକ୍ତି ନୂତନ ଗୃହ ଉଦଘାଟିତ

କଟକ ସଦର, ୦୨/୧୦/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତରେ ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଵା ନୂତନ ଵିଲ୍ଡିଙ୍ଗ୍ କୁ ଆଜି ଗାନ୍ଧୀ ଓ ସାସ୍ତ୍ରୀ ଜୟନ୍ତୀ ଅଵସରରେ ଶନିଵାର କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା, ବ୍ଲକ୍ ସଭାପତି ପ୍ରମୋଦ ମହାପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, ବ୍ଲକ ଆତ୍ମା ସଭାପତି ରଜନୀକାନ୍ତ ସାହୁ,ଵିଧାୟକଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ପରିଡ଼ା, ପରମହଂସ ସରପଞ୍ଚ ମିନତୀ ବେହେରା, ସମିତି ସଭ୍ୟ ପ୍ରଭାକର ବେହେରା, ଜିଲ୍ଲା ପରିଷଦ ହଭ୍ୟା ଝିନୁ ବେହେରା,ଵ୍ଲକ ସହକାରୀ ଯନ୍ତ୍ରୀ ବିକାଶ ରଞ୍ଜନ ଭୂୟାଁ,ସିଡିପିଓ ରଶ୍ମିତା ମହାନ୍ତି, ବ୍ଲକ ମିଶନ ଶକ୍ତି ଆଵାହକ ଶରତ ରାୟ,ସଦର ଯୁଵ ସଭାପତି ହିମାଂଶୁ ଦାସ,ଵ୍ଲକ ଯୁଵ ସଭାପତି ଚିତ୍ତରଂଜନ ବେହେରା, ଛାତ୍ର ସଭାପତି ସତ୍ୟସିଧାନ୍ତ ଦାସ ପ୍ରମୁଖ ଵହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।ଏହି ଅଵସରରେ ସ୍ୱାଧୀନତା ସଂଗ୍ରାମୀ ଲୋକନାଥ ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଦଇତାରୀ ବେହେରା, ଜଗନ୍ନାଥ ପଣ୍ଡା, ଶ୍ରମିକ ନେତା କମଲ ଵାଵୁ ପ୍ରମୁଖ ସହାୟତା କରିଥିଲେ।କୋଭିଡ କଟକଣାକୁ ଭୂଲି ୫ ଶହରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ଵିଧାୟକଙ୍କ ପ୍ରତି ଲୋକପ୍ରିୟତା ର ପ୍ରମାଣ ଦେଖାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *