Saturday , August 13 2022
Breaking News
Home / ବିଶେଷ / ‘ ଓଡିଶା ସମାଚାର’ ରେ ପ୍ରକାଶିତ ଖଵର ସତ ହେଲା, ଆସନ୍ତା ପଞ୍ଚାୟତ ନିର୍ବାଚନରେ ୫୦% ସରଂକ୍ଷଣ ବଳବତ୍ତର ରହିଵ,ପଛୁଆ ବର୍ଗ ନିରାଶ

‘ ଓଡିଶା ସମାଚାର’ ରେ ପ୍ରକାଶିତ ଖଵର ସତ ହେଲା, ଆସନ୍ତା ପଞ୍ଚାୟତ ନିର୍ବାଚନରେ ୫୦% ସରଂକ୍ଷଣ ବଳବତ୍ତର ରହିଵ,ପଛୁଆ ବର୍ଗ ନିରାଶ

କଟକ ସଦର, ୦୨/୧୦/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ୫୦% ରୁ ଅଧିକ ହେଵ ନାହିଁ ଏବଂ ଏଥିପାଇଁ ପଛୁଆବର୍ଗ ନିରାଶ ହେଵେ ଵୋଲି ସେପ୍ଟେମ୍ବର ୯ ରେ ପ୍ରକାଶିତ ଖଵର ଵାସ୍ତଵରେ ଶତ ହୋଇଛି। ଏଥିପାଇଁ ପଞ୍ଚାୟତରାଜ ଓ ପାନୀୟ ଜଳ ଵିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏଥିରେ କୁହାଯାଇଛି ଯେ ଅଣଅନୁସୂଚିତ ( ନନସିଡ୍ୟୁଲ୍ଡ) ପାଇଁ ୩ଟି ଵର୍ଗ ଏସସି,ଏସଟି ଓ ପଛୁଆବର୍ଗ ଙ୍କ ସ୍ଥାନ ୫୦% ରହିଵ। ଓଡିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୪ ର ସେକ୍ସନ୍ ୧୦, ଓଡ଼ିଶା ପଞ୍ଚାୟତ ସମିତି ଆଇନ୍ ୧୯୫୯ ର ସେକ୍ସନ୍ ୧୬ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ୍ ୧୯୯୧ ର ସେକ୍ସନ୍ ୬ ଅନୁଯାୟୀ ଏସସି/ ଏସଟିଙ୍କ ସ୍ଥାନ ସଂରକ୍ଷଣ ଯେପରି ପ୍ରଭାବିତ ନହେଵ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗାଇଡ ଲଇନରେ ସ୍ପଷ୍ଟ କରାଯାଇଛି। ପ୍ରଥମେ ଏସସି, ଦ୍ଵିତୀୟ ରେ ଏସଟି, ତୃତୀୟ ରେ ପଛୁଆ ବର୍ଗ ଏବଂ ଚତୁର୍ଥ ରେ ମହିଳାଙ୍କ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଉଲ୍ଲେଖ କରାଯାଇଛି। ପ୍ରତ୍ୟେକ ଵର୍ଗରେ ମହିଳାଙ୍କ ଲାଗି ସମୁଦାୟ ଆସନର ସଂରକ୍ଷଣ ଅଧାରୁ କମ୍ ହେଵ ନାହିଁ। ଏଥିପାଇଁ ପୂର୍ବରୁ ସରକାର ପଛୁଆ ବର୍ଗ ଙ୍କ ପାଇଁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯିବା ଉଦ୍ୟମ ଫସରଫାଟି ଯାଇଛି। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.