Wednesday , October 4 2023
Breaking News
Home / ବିଶେଷ / ଉତରକୂଳ ରେ ନିସ୍କାସନ ସମସ୍ୟା

ଉତରକୂଳ ରେ ନିସ୍କାସନ ସମସ୍ୟା

କଟକ,୦୨/୧୦/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଉତରକୂଳ ପଂଚାୟତ ର ଉତରକୂଳ ଠାରେ ଥିବା ମା ସୁଦାମବତୀଙ୍କ ପଛପଟ ମୁଗୁରିଆ ଉତରକୂଳ ରାସ୍ତାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାର ଦୃଶ୍ୟ । ପଂଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ କୃଷି ସମବାୟ ସମିତି , ରାଜସ୍ୱ କାର୍ଯ୍ୟାଳୟ ଓ ଆନନ୍ଦମାର୍ଗ ସ୍କୁଲ ରାସ୍ତାରେ ଏହିପରି ଉଦବୃତ ବର୍ଷାଜଳ ନିସ୍କାସନରେ ସମସ୍ୟା ଯୋଗୁ ପାଣି ଲହଡ଼ା ମାରୁଛି । ବିଶେଷ କରି ରୋଗୀମାନେ ଓ ଆନନ୍ଦମାର୍ଗ ସ୍କୁଲ ର ଛୋଟ ଛୋଟ ପିଲାମାନେ ଏହି ପାଣିରେ ପସି ଯାତାୟତ କରୁଛନ୍ତି । ଛୋଟ ଛୋଟ ପିଲାମାନେ ଏହି ପାଣିରେ ପଡ଼ିଯିବାର ଭୟ ରହିଛି । ଅସୁସ୍ଥ ଥିବା ରୋଗୀମାନେ ବାଧ୍ୟ ହୋଇ ପାଣିରେ ପସି ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଉଛନ୍ତି । ପଂଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର କେଇ ମିଟର ଦୂରରେ ଏଭଳି ନିସ୍କାସନ ସମସ୍ୟା ଦେଖାଦେଇଥିବାବେଳେ ପଂଚାୟତ ପକ୍ଷରୁ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଇନାହିଁ । ଏହା ଆଜି କାଲିର ସମସ୍ୟା ମଧ୍ୟ ନିହେଁ । ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଦେଖାଦେଉଥିବାରୁ ଏଠାରୁ ଏକ ଡ଼୍ରେନ୍ ନିର୍ମାଣ କରାଯିବାର ଆବଶ୍ୟକତା ଦେଖାଦେଇଛି । ଉତରକୂଳ ପଂଚାୟତ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *