Monday , October 18 2021
Breaking News
Home / ବିଶେଷ / ସାଲେପୁର ବ୍ଲକ ଗ୍ରାମ ରୋଜଗାର ସେବକ ମାନଙ୍କ କାର୍ୟ୍ୟ ବନ୍ଦ ଆନ୍ଦୋଳନ

ସାଲେପୁର ବ୍ଲକ ଗ୍ରାମ ରୋଜଗାର ସେବକ ମାନଙ୍କ କାର୍ୟ୍ୟ ବନ୍ଦ ଆନ୍ଦୋଳନ

ସାଲେପୁର, ୦୧/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ବ୍ଲକ ର ପଂଚାୟତ ଗୁଡିକ ରେ କାର୍ୟ୍ୟରତ ସମସ୍ତ ଗ୍ରାମ ରୋଜଗାର ସେବକ ୨୦୧୬ ମସିହାରୁ ଜିଓ ଟ୍ୟାଗିଂ ବାଵଦ ଅର୍ଥ ପାଇନଥିବା ପ୍ରତିବାଦରେ ସାଲେପୁର ବ୍ଲକ ବିଡ଼ିଓଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ କାର୍ୟ୍ୟବନ୍ଦ ଆନ୍ଦୋଳନ କରି ସମୁହ ଛୁଟିରେ ରହିଛନ୍ତି । ଏନେଇ ସେମନେ ବାରମ୍ବାର ଅଧିକାରୀଙ୍କୁ ଜଣାଇ ଥିଲେହେଁ ସେମାନଙ୍କ କଥାକୁ କେହି ଗୁରୁତ୍ୱ ନଦେବା ସହ କର୍ଣ୍ଣପାତ କରୁ ନାହାନ୍ତି। ଜିଲ୍ଲାର ପ୍ରତିଟି ବ୍ଲକରେ ଗ୍ରାମ ରୋଜଗାର ସେବକମାନେ ଏହି ଅର୍ଥ ପ୍ରତିମାସରେ ପାଉଥିଲେହେଁ ଏଯାବତ ସେମାନେ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଉ ଥିଲେହେଁ କୌଣସି ସୁଫଳ ମିଳୁନାହିଁ । ତେବେ ସେମାନେ ବକେୟା ଅର୍ଥ ନପାଇବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି । ଓଡିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *