Thursday , September 28 2023
Home / ବିଶେଷ / ଅଜଣା ମହିଳା ଙ୍କ ମୃତଦେହ ଉଦ୍ଧାର

ଅଜଣା ମହିଳା ଙ୍କ ମୃତଦେହ ଉଦ୍ଧାର

ନିରାକାରପୁର, ୦୧/୧୦/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ରେଳବାଇ ଥାନା ଅଧୀନସ୍ଥ ତାପଙ୍ଗ ରେଳ ଷ୍ଟେସନ ନିକଟ ଖମ୍ବ ନଂ ୪୭୨ / ୧୨-୧୩ ନିକଟରେ ଆଜି ଏକ ଅଜଣା ମହିଳାଙ୍କ ମୃତ ଦେହ ଜିଆରପି ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ କୌଣସି ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବାବେଳେ ସେ ଗୋଟିଏ ବ୍ଲୁ ରଙ୍ଗର ଚେକ ଶାଢୀ ପିନ୍ଧିଥିଲେ । ତାଙ୍କ ବୟସ ଆନୁମାନିକ ୪୫ ବର୍ଷ ହେବ । ଶବକୁ ଖୋର୍ଦ୍ଧା ଜିଆରପି ପୋଲିସ ଏଏସଆଇ ଯଶୋଦା ଗାଗରିଆ ଜବତ କରି ବ୍ୟବଛେଦ କରିବା ସହ ଖୋର୍ଦ୍ଧା ଜିଆରପି କେସନଂ ୩୮/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *