ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମି ରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |
ଏହି ବାଲୁକା ସ୍ଥାପତ୍ତ୍ୟ କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7 ଘଣ୍ଟା ସମୟ ଲାଗିଥିଲା | ଏହା 15 ଫୁଟ ଓସାର ବିଶିଷ୍ଟ, ଏଥିରେ 15 ଟନ ବାଲି ଉପଯୋଗ କରାଯାଇଛି | ଆମର ଜାତି ର ପିତା ମହାତ୍ମା ଗାନ୍ଧୀ ଯିଏ କି ଆମର ପ୍ରିୟ ବାପୁ ନାମରେ ପରିଚିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଚିରସ୍ମରଣୀୟ ରଖିବା ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି | ଏଥିରେ “Happy Gandhi Jayanti’ ର ବାର୍ତ୍ତା ଦେଇଛନ୍ତି |