Tuesday , October 19 2021
Breaking News
Home / ବିଶେଷ / ପାରାଦୀପ ଲେଡିଜ୍ କ୍ଲବ୍ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା

ପାରାଦୀପ ଲେଡିଜ୍ କ୍ଲବ୍ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା

  ପାରାଦୀପ,୦୧/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ତତ୍ୱାବଧାନ ରେ ପାରାଦୀପ ଲେଡିଜ୍ କ୍ଲବ୍ ପକ୍ଷରୁ ଶୁକ୍ରବାର ଦିନ ଏକ ଦେଶାତ୍ମବୋଧକ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥି ରେ ବନ୍ଦର କର୍ମଚାରୀମାନଙ୍କ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ଆଜାଦି କା ଅମୃତ ମହୋତ୍ସବ ର ଏକ ଅଂଶ ବିଶେଷ ଥିଲା । ପାରାଦୀପ ଲେଡିଜ୍ କ୍ଲବ ର ଉପସଭାନେତ୍ରୀ ସୁଚିସ୍ମୀତା ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରିତୀ ଆରତୀ ପରିଜା ପରିଚାଳନା କରିଥିବା ବେଳେ ପାରାଦୀପ କଲେଜ ର ଅଧ୍ୟାପିକା ସସ୍ମିତା ଶତପଥି ପ୍ରବନ୍ଧ ପ୍ରତିଯୋଗିତା ରେ ବିଚାରକ ଏବଂ ମୂର୍ଛନା ମିଶ୍ର ଓ ସଂଜୀତ ସାନୁ ବିଚାରକ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *