Saturday , October 23 2021
Home / ବିଶେଷ / ନଦୀ ହଡପ କୁ ନେଇ କୈବର୍ତ ଙ୍କ ଆନ୍ଦୋଳନ- ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିପତ୍ର ଓ ଥାନା ରେ ଏତଲା

ନଦୀ ହଡପ କୁ ନେଇ କୈବର୍ତ ଙ୍କ ଆନ୍ଦୋଳନ- ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିପତ୍ର ଓ ଥାନା ରେ ଏତଲା

 ପାରାଦୀପ,୦୧/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ-କୁଜଙ୍ଗ ଅଂଚଳ ର କୈବର୍ତମାନଙ୍କ ଜୀବନ ଧାରା ନଦୀ, ନାଳ ଓ  ଯୋର କୁ କିଛି ଅସାଧୁ ଲୋକ ମିଳିତ ଭାବେ ଚଂଚକତା କରି ଦଖଲ କରିଛନ୍ତି । ଏହା ଦ୍ୱାରା ଏ ଅଂଚଳ ର କୈବର୍ତମାନେ ନିଜ ର କୌଳିକ ବୃତି ହରାଇ ବସିଲେଣି । ଏହି ସବୁ ଅଭିଯୋଗ କୁ ନେଇ ପାରାଦୀପ-କୁଜଙ୍ଗ ଅଂଚଳ ର କୈବର୍ତମାନେ ଶୁକ୍ରବାର ଦିନ ଘଟଣା ର ତଦନ୍ତ କରିବା ସହ କୁଜଙ୍ଗ ତହସିଲଦାର୍ ଙ୍କୁ ଦାବିପତ୍ର ଦେବା ସହ କୁଜଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ, ଶୁକ୍ରବାର ଦିନ କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ପଂଚାୟତ କାବଲପୁର ଗ୍ରାମ ର ସୁବ୍ରତ କୁମାର ମାଝୀ ଏହି ଦାବିପତ୍ର ଦେବା ସହ ଏତଲା ମଧ୍ୟ ଦେଇଛନ୍ତି । ସାହାରାପେଣ୍ଠ ମତ୍ସ୍ୟଦିଆ ଅନ୍ତର୍ଗତ ଶାମୁକାମୁଣ୍ଡା ନଦୀ ଯାହା ମୌଜା-ଭିତରଗଡ,ଖାତା-୧,ପ୍ଲଟ-୫୪, କିସମ-ନଦୀ, ଏରିଆ ଏ.୨୩.୬୨ଡିସିମିଲ୍ ନଦୀ କୁ ମାଛ ଧରିବାକୁ ଯିବାରୁ ଉକ୍ତ ନଦୀ ଦେଖିବାକୁ ମିଳି ନ ଥିଲା । ଏ ସଂପର୍କ ରେ ସେ ଜାଣିବାକୁ ପାଇଲେ ଉକ୍ତ ନଦୀ ଉପରେ ସ୍ଥାନୀୟ ଅଂଚଳ ର କୈବର୍ତ ସମ୍ପ୍ରଦାୟ ର (ଷୋଳଭାୟା) ସୋସାଇଟ୍ ମାଧ୍ୟମ ରେ କୁଜଙ୍ଗ ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ସରକାରଙ୍କ ଦ୍ୱାରା ପ୍ରଦ ଧାର୍ଯ୍ୟ ରାଶି ପ୍ରଦାନ କରାଯାଉଅଛି । କିନ୍ତୁ ସରକାର ପ୍ରତିବର୍ଷ ଧାର୍ଯ୍ୟରାଶି ନେଉଥିଲେ ବି କେତେକ ସରକାରୀ ଅଧିକାରୀ ଚଂଚକତାର ସହିତ କିଛି ନକଲି କାଗଜପତ୍ର ପ୍ରସ୍ତୁତ କରି ଉକ୍ତ ନଦୀ କୁ ବେଆଇନ୍ ଭାବେ କାହାକୁ ୬୦ବର୍ଷିଆ ଲିଜ୍ ଜରିଆ ରେ ଦିଆଯାଇଥିବା ସୁବ୍ରତ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ କୁଜଙ୍ଗ ଅଂଚଳ ର ୫୦ରୁ ଉଦ୍ଧ୍ୱର୍ କୈବର୍ତ ସମ୍ପ୍ରଦାୟ ର ପୁରୁଷ ଓ ମହିଳା ଏକତ୍ରିତ ହୋଇ ଏହି ନଦୀ କୁ କୈବର୍ତ ସମ୍ପ୍ରଦାୟ ର ଷୋଳଭାୟା ସଂଗଠନ କୁ ଫେରାଇ ଦେବା ସହ ଏହି ଷଡଯନ୍ତ୍ର ରେ ସାମିଲ ସରକାରୀ ଅଧିକାରୀଙ୍କ ବିରୁଦ୍ଧ ରେ ତଦନ୍ତ କରିବାକୁ ଦାବି କରାଯାଇଛି । ପ୍ରକାଶଥାଉକି, କେବଲ ଏହି ସାହାରାପେଣ୍ଠ ମତ୍ସ୍ୟଦିଆ ନୁହେଁ ଏ ଅଂଚଳ ର ସମସ୍ତ ନଦୀ,ନାଳ,ଓ ଯୋର ଏବେ ବାହୁବଳୀ ଙ୍କ ଦଖଲ ରେ । ଏ ସବୁକୁ ଜବରଦଖଲ ମୁକ୍ତ କଲେ କୈବର୍ତମାନେ ସେମାନଙ୍କ ଭାତହାଣ୍ଡି ଫେରି ପାଇବେ ବୋଲି ସେମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *