Saturday , October 16 2021
Breaking News
Home / ବିଶେଷ / ଜଳ ଜୀବନ ମିଶନର ମଣ୍ଡଳସ୍ତରୀୟ କର୍ମଶାଳା

ଜଳ ଜୀବନ ମିଶନର ମଣ୍ଡଳସ୍ତରୀୟ କର୍ମଶାଳା

ଭୁବନେଶ୍ୱର,୦୧/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଧା ଜିଲ୍ଲାରେ ରାଜ୍ୟ ସରକାରଙ୍କ ଜଳ ଜୀବନ ମିଶନର ମଣ୍ଡଳସ୍ତରୀୟ କର୍ମଚାଶଳା ଭୁବନେଶ୍ୱର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର ସିଇଡି ଏବଂ ସହଯୋଗୀ ଏନଜିଓ, ଆରଡବ୍ଲୁ୍ୟଏସଏସ୍ ଯନ୍ତ୍ରୀଙ୍କର ମିଳିତ ସହଯୋଗରେ ହୋଇଥିଲା । ସଭାରେ ଖୋରଧା ଜିଲ୍ଲା ସିଇଡିର ବ୍ଲକ କୋଅର୍ଡିନେଟର ଶୁଭେନ୍ଦୁ କୁମାର ମହାନ୍ତି, ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ରାଜଗୁରୁ ଓ ସମନୟା ତ୍ରିପାଠୀ, ସ୍ୱେଚ୍ଛାସେବୀ ସଂସ୍ଥା ଜୀବନ ରେଖା ପରିଷଦର ସଭାପତି ଡକ୍ଟର ମନୋରନ ମିଶ୍ର, ସମ୍ପାଦିକା ମଧୁସ୍ମିତା ମିଶ୍ର ଓ ଅନୁଷ୍ଠାନର ଅନ୍ୟ ସଦସ୍ୟବୃନ୍ଦ, ସମସ୍ତ ସରପଂଚ ଓ ପଂଚାୟତ ସମ୍ପାଦକଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ପଂଚାୟତର ପ୍ରତ୍ୟେକ ଗାଁରେ ଜଳ ଜୀବନ ମିଶନ ଅଧିନରେ ଗ୍ରାମ୍ୟ ପାନୀୟ ଜଳ ସ୍ୱଚ୍ଛତା କମିଟି ଗଠନ କରାଯାଇ ଏହା ଜରିଆରେ ଗ୍ରାମକୁ ଆବଶ୍ୟକ ମୁତାବକ ସ୍ୱଚ୍ଛ ପାନୀୟଜଳ କିଭଳି ଯୋଗାଇ ଦିଆଯିବ ଏବଂ କିଭଳି ଭାବରେ ଏହାର ରକ୍ଷଣା ବେକ୍ଷଣ କରାଯିବ ସେ ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଯୋଜନାକୁ ଲୋକମାନଙ୍କ ନିକଟରେ ପହଂଚାଇବାପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ ସ୍ୱେଚ୍ଛାସେବୀ ସଂସ୍ଥା ଜେଆରପିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତିିରେ ଭୁବନେଶ୍ୱରର ୨୦ଟି ପଂଚାୟତରେ ଚାଲିବ ବୋଲି ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *