Friday , September 29 2023
Breaking News
Home / ବିଶେଷ /     ‘ଚଉପାଲ୍’ ହସ୍ତଶିଳ୍ପୀମାନଙ୍କ କର୍ମଶାଳା

    ‘ଚଉପାଲ୍’ ହସ୍ତଶିଳ୍ପୀମାନଙ୍କ କର୍ମଶାଳା

ଭୁବନେଶ୍ୱର,୦୧/୧୦/୨୦୨୧(ଓଡ଼ିଶା ସମାଚାର)- ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବସ୍ତ୍ର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଚଉପାଲ କାର୍ଯ୍ୟକ୍ରମ ସ୍ଥାନୀୟ ନୂଆଗାଁ (ମଳିପଡ଼ା) ମୃତିକା କାରିଗର ସମବାୟ ସମିତି କର୍ମଶାଳା ପ୍ରକୋଷ୍ଠରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୫୦ରୁ ଉଦ୍ଧ୍ୱର୍ ହସ୍ତଶିଳ୍ପୀମାନେ ଯୋଗ ଦେଇ ତାଙ୍କର ଭାବ ବିନିମୟ ପ୍ରଦାନ କରିଥିଲେ । ବିଶେଷକରି ସରକାର ଏବଂ ଶିଳ୍ପୀମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ କରିବା, ବିଭିନ୍ନ ପରିଯୋଜନା ଏବଂ ବିଭିନ୍ନ ସ୍କିମ୍ ବିଷୟରେ ଜଣାଇବା, କାରିଗର ପରିଚୟ ପତ୍ର ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ତାଲିମ, ବିପଣନ ଦକ୍ଷତା ବୃଦ୍ଧି, କେତ୍ରାମାନଙ୍କ ମନ ପସନ୍ଦର ଜିନିଷ ତିଆରି କରି ଉପଯୁକ୍ତ ସାମଗ୍ରୀକୁ ବିଦେଶକୁ ରପ୍ତାନୀ କରାଯାଇ ଚଉପାଲ ମାଧ୍ୟମରେ ପ୍ରତ୍ୟେକ ହସ୍ତଶିଳ୍ପୀଙ୍କ ନିକଟରେ କିପରି ପହଂଚି ପାରିବ, ସେ ନେଇ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକ (ତାଳପତ୍ର ଖୋଦେଇ ଶିଳ୍ପୀ) ଏବଂ ବୟୋଜ୍ୟଷ୍ଠ ଟେରାକୋଟା ଶିଳ୍ପୀ ଶ୍ରୀଯୁକ୍ତ ମନ୍ଦର ରଣାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ୱାର୍ଲଡ଼ ଆକ୍ଟର ସମ୍ପାଦକ ଶ୍ରୀ ବିପିନ ବିହାରୀ ସାହୁ ଅଧ୍ୟକ୍ଷତା କରି ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିକାଶ ଆୟୁକ୍ତ ହସ୍ତଶିଳ୍ପର ବରିଷ୍ଠ ସହାୟକ ନିର୍ଦ୍ଧେଶକ ଶ୍ରୀ ଅଶୋକ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିପଣନ ଦକ୍ଷତା ବୃଦ୍ଧି, ଦକ୍ଷତା ବୃଦ୍ଧି ତାଲିମ, କ୍ରେତାମାନଙ୍କ ପସନ୍ଦର ଜିନିଷ ତିଆରି କରି କିପରି ବିଜାରରେ ଉପଲବ୍ଧ ହୋଇପାରିବ ସେ ନେଇ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାଧୀନତା ୭୫ବର୍ଷ ପରେ ମଧ୍ୟ କାରିଗର ମାନେ ନିଜ ନିଜର ପେଷାକୁ ବଜାୟ କରିଥିବା ବେଳେ ମହାମାରୀ କରୋନା ସମୟରେ ମଧ୍ୟ ନିଜ ପେଶାକୁ ଭୁଲିପାରି ନାହାଁନ୍ତି । ସେଥିପାଇଁ ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ସାଧୁବାଦ ଜଣାଇବା ସହ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ନିର୍ମଳା ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିଲ୍ଲୀପ ପଟ୍ଟନାୟକ ହସ୍ତଶିଳ୍ପୀମାନଙ୍କ ଭଗବାନ ସହିତ ତୁଳନା କରିଥିଲେ ଏବଂ ଆମକୁ ଯୁଗ ହିସାବରେ ନୂତନ ପ୍ରକାର ଜିନିଷ ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ । ଅରୁପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅଶୋକ କୁମାର ସାହୁ ଯୋଗଦେଇ ମହାମାରୀ କରୋନା ସମୟରେ କରିଗରମାନଙ୍କର ସାମାଜିକ, ଅର୍ଥନୈତିକ ମାନଦଣ୍ଡ କିପରି ସୁଦୃଢ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ନମୂନା ବିକାଶକାରୀ ଶ୍ରୀ ରାମାନୁଜ ବଇରୀଗଞ୍ଜନ ବିଶେଷକରି ଗ୍ରାମାଂଚଳରେ ଥିବା ସମସ୍ତ ହସ୍ତଶିଳ୍ପୀ କାରିଗରମାନଙ୍କୁ ଚଉପାଲର ଉଦ୍ଧେଶ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ସମସ୍ତ ଶିଳ୍ପୀମାନଙ୍କୁ ଅନୁରୋଧ କରିଥିଲେ । ମୃତିକା କାରଗିର ସମବାୟ ସମିତିର ସମ୍ପାଦକ ଶ୍ରୀ ଜ୍ଞାନ ପଣ୍ଡା ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ନିଜର କାର୍ଯ୍ୟକ୍ରମ ଭାବି ଆଗକୁ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟେରାକୋଟା ଶିଳ୍ପୀ ଶ୍ରୀ ତରୁଣ ତପନ ସାହୁ, ଗଦାଧର ରଣା, ବିକାଶ ଆୟୁକ୍ତର ୟୁଡ଼ିସି ଶ୍ରୀ ଅମର ମିଶ୍ର ଏବଂ ୱାର୍ଲଡ଼ ଆକ୍ଟର କର୍ମୀ ଶ୍ରୀ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ମୃତିକା ସଂଘର ସଭାପତି ଶ୍ରୀ ସଞ୍ଜୟ ମୁଦୁଲି ସମସ୍ତ ଅତିଥି ଓ କାରିଗରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ପରେ କର୍ମଶାଳା ପରିସରରେ ଭାରତ ସରକାରଙ୍କ ତରଫରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *