Monday , October 18 2021
Breaking News
Home / ବିଶେଷ / କୁଜଙ୍ଗ, ଏରସମା ରୁ ବିପୁଳ ପରିମାଣ ର ଧଳା ଜହର ଜବତ – ମହିଳା ଙ୍କ ସମେତ ୫ ଗିରଫ

କୁଜଙ୍ଗ, ଏରସମା ରୁ ବିପୁଳ ପରିମାଣ ର ଧଳା ଜହର ଜବତ – ମହିଳା ଙ୍କ ସମେତ ୫ ଗିରଫ

  ପାରାଦୀପ,୦୧/୧୦/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଓ ଏରସମା ଥାନା ଅଂଚଳ ରୁ ବିପୁଳ ପରିମାଣ ର ବ୍ରାଉନ୍ସୁଗାର (ଧଳା ଜହର) ଜବତ ହେବା ସହ ଏହି ଘଟଣା ରେ ସଂପୃକ୍ତ ୫ ଜଣ ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲଣ କରିଛି । ଘଟଣା ରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ର ଅକ୍ଷୟ ସ୍ୱାଇଁ (୮୨) ଙ୍କ ନିକଟରୁ ୧୭ ଗ୍ରାମ୍, ଏହି ଗ୍ରାମର ଅଜୟ ସ୍ୱାଇଁ ଙ୍କ ପତ୍ନୀ ବନ୍ଦନା ସ୍ୱାଇଁ ଙ୍କ ଠାରୁ ୨୫୬ ଗ୍ରାମ୍ ଓ ଏହି ଥାନା ଅନ୍ତର୍ଗତ ଫତେପୁର ଗ୍ରାମ ର କୁଳମଣି ପରିଡାଙ୍କ ପୁଅ ରାଜେଶ ସାମଲ ଙ୍କୁ ପୋଲିସ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗ ରେ ଗିରଫ କରିଛି । ୩୪୨/୨୧ ରେ ମାମଲା ରୁଜୁ କରି ଶୁକ୍ରବାର ଦିନ ଏମାନଙ୍କୁ କୋର୍ଟ ଚାଲଣ କରିଛି ପୋଲିସ୍ । ସେହିପରି ଏରସମା ଥାନା ଅନ୍ତର୍ଗତ ଏରସମା ବସ୍ ଷ୍ଟାଣ୍ଡ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ନେଇ ପୋଲିସ୍ ସୂଚନା ପାଇଥିଲା । ଘଟଣାସ୍ଥଳ ରେ ପୋଲିସ୍ ଚଢାଉ କରି ସେଠା ରେ ଏହି ବ୍ୟବସାୟ ରେ ସଂପୃକ୍ତ ତିର୍ତୋଲ ଥାନା ଅନ୍ତର୍ଗତ ହାଟୁଆରି, ଜୟପୁର ର ଗଜେନ୍ଦ୍ର ସ୍ୱାଇଁ ଙ୍କ ପୁଅ ମାନସ ସ୍ୱାଇଁ (ମାମା) ହା.ସା. ଅକ୍ଷୟ ସ୍ୱାଇଁ , ଷଣ୍ଢପୁର, କୁଜଙ୍ଗ, ଅଭୟଚାନ୍ଦପୁର ଥାନା ଅଧିନ ନୂଆଗାଁ ର ସ୍ୱର୍ଗତ ଭରତ ଚନ୍ଦ୍ର ନାୟକ ଙ୍କ ପୁଅ ବିଶ୍ୱପ୍ରକାଶ ନାୟକ(ଫିଲୁ) ଓ ଏରସମା ଥାନା ଅନ୍ତର୍ଗତ ମହିମାଦେଇପୁର ଗ୍ରାମ ର ରଂଜିତ କୁମା ନାୟକ ଙ୍କ ପୁଅ ଜ୍ୟୋତି ରଂଜନ ନାୟକ (ରାକି) ଙ୍କୁ ପୋଲିସ୍ ଗିରଫ କରିଛି । ସେମାନଙ୍କ ଠାରୁ ୨୬୦.୬୩୦ ଗ୍ରାମ୍ ର ବ୍ରାଉନ୍ସୁଗାର ଜବତ କରିବା ସହ ଏକୋଇଶ ଲକ୍ଷ ଟଙ୍କା ସୁନା ଅଳଙ୍କାର , ଓାସିଙ୍ଗ ମେସିନ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ୨୩୧/୨୧ ରେ ମାମଲା ରଜୁ କରି ପୋଲିସ୍ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲଣ କରିଛି । ଗୋଟିଏ ଦିନ ରେ ଏତେ ପରିମାଣ ର ବ୍ରାଉନ୍ ସୁଗାର ଜବତ ହେବା ରୁ ପ୍ରମାଣିତ ହେଉଛି କି ବ୍ରାଉନ୍ ସୁଗାର ବେପାରୀ ଙ୍କ ଆଡ୍ଡା ସ୍ଥଳ  ପାଲଟିଗଲାଣି ଜଗତସିଂହପୁର ଜିଲ୍ଲା । ଏ ମାନଙ୍କ ପଛ ରେ ଥିବା କିଙ୍ଗପିନ୍ କୁ ଧରିବା ରେ ପୋଲିସ୍ କେବେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।  ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *