Thursday , September 28 2023
Home / ବିଶେଷ /  କାଲି   ଅଵସର , ଆଜି   ନିଯୁକ୍ତି :  ସିଡିଏ’ ଅଧ୍ୟକ୍ଷ ହେଲେ ଅନିଲ ସାମଲ

 କାଲି   ଅଵସର , ଆଜି   ନିଯୁକ୍ତି :  ସିଡିଏ’ ଅଧ୍ୟକ୍ଷ ହେଲେ ଅନିଲ ସାମଲ

 କଟକ ସଦର , ୦୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ୨୦୦୩ ଵ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ତଥା କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଭାଵେ କଟକ ଠାରେ ଅବସ୍ଥାପିତ ଅନିଲ କୁମାର ସାମଲ ଗତକାଲି ସେପ୍ଟେମ୍ବର ୩୦ ତାରିଖରେ ଚାକିରିରୁ ଅଵସର ଗ୍ରହଣ କଲା ପରେ ଆଜି ଅକ୍ଟୋବର ୧ ତାରିଖ ଶୁକ୍ରବାର ତାଙ୍କୁ ଓଡିଶା ଉନ୍ନୟନ କର୍ତୃପକ୍ଷ ନିୟମ ୧୯୮୨ ଧାରା ୩ ଓ ଉପଧାରା ୫ ( କ) ଅନୁସାରେ ନଗର ଉନ୍ନୟନ ବିଭାଗ ନୂତନ ନିଯୁକ୍ତି ପ୍ରଦାନ କରିଛି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଅଵସର ଗ୍ରହଣ କଲା ପରେ ତାଙ୍କର କାର୍ୟ୍ୟଦକ୍ଷତା ଓ ପ୍ରଶାସନିକ ଅନୁଭୂତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ଏକ ବର୍ଷ ପାଇଁ କଟକ ଉନ୍ନୟନ ଅଧ୍ୟକ୍ଷ ( ସିଡିଏ) ଓ କଟକ ମହାନଗର ନିଗମର ପ୍ରଶାସକ ଭାବେ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ଏହା ସହିତ କଟକ ଵଡ ଡାକ୍ତରଖାନାର ଉନ୍ନତିକରଣ,ଖାନନଗରରେ ନିର୍ମାଣଧିନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଵସ୍ ଟର୍ମିନାଲ, ତାଳଦଣ୍ଡା କେନାଲ ବନ୍ଧ ରାସ୍ତାର ଉନ୍ନତିକରଣ ଭଳି ବହୁ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟର ତଦାରଖ କରିଵେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ଏବଂ ଜନଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *