କଟକ ସଦର ,୦୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବିଶ୍ୱସ୍ତରୀୟ ମାନ୍ୟତା ପାଇଵାକୁ ଅଗ୍ରସର ହେଉଥିବା କଟକ ଵଡ ମେଡିକାଲରେ ଗୋଟିକ ପରେ ଗୋଟିଏ ଇକମୋ ଚିକିତ୍ସାଧିନ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଆଶା ଓ ଆଶଙ୍କା ଦେଖାଦେଇଛି। ପୂର୍ବରୁ ଇକମୋ ୟୁନିଟ ଉଦଘାଟନ ପରଠାରୁ ଜଣକ ପରେ ଜଣେ ଏହିପରି ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଵା ବେଳେ ଆଜି ଶୁକ୍ରବାର ଆଉଜଣେ ଯାଯପୁର ଜିଲ୍ଲା ଡ଼ୁବୁରୀ ଅଞ୍ଚଳର ଗୁରୁତର ହୃଦ ରୋଗୀଙ୍କର ଚିକିତ୍ସାଧିନ ଅଵସ୍ଥାରେ ମୃତ୍ୟୁ ଘଟିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।ଏହାକୁ ମିଶାଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଏସସିଵିର ପ୍ରଫେସରଙ୍କ ୧୮ ବର୍ଷୀୟ ପୁଅ ଇକମୋ ସପୋର୍ଟରେ ଥିଵା ଜଣାଯାଇଛି। ଓଡ଼ିଶା ସମାଚାର