Monday , September 25 2023
Breaking News
Home / ବିଶେଷ / ଓଡ଼ିଶାର ସୀମା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବା ଉଦ୍ଧେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିବାଦ

ଓଡ଼ିଶାର ସୀମା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବା ଉଦ୍ଧେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିବାଦ

ଭୁବନେଶ୍ୱର,୦୧/୧୦/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ଦୀର୍ଘ ୮୭୮ଦିନର ଆନ୍ଦୋଳନ ଫଳରେ ସରକାର ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ପଥ ପରିସ୍କାର କରିଛନ୍ତି । କିନ୍ତୁ ସରକାରୀ ଅଧିକାରୀଙ୍କ ଉଦାସୀନତା ସହିତ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହୋଇଛି । କେବଳ ଓଡ଼ିଶାରେ ନୁହେଁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ସରକାର ୦୧.୦୯.୨୦୧୧ଠାରୁ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ରାଜଭାଷା ରୂପେ ମାନ୍ୟତା ପ୍ରଦାନ କରି ଆସୁଥିଲେ ହେଁ, ଚଳିତ ମାସଠାରୁ ଏହାକୁ ବାତିଲ କରିବାକୁ ନିଷ୍ପତିି ନେଇଛନ୍ତି । ୧୯୩୬ ମସିହାରେ ତତକାଳୀନ ବିହାର ରାଜ୍ୟରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା । ମାତ୍ର ପରବର୍ତୀ ସମୟରେ ଆମ ସରକାରଙ୍କ ଉଦାସୀନତା ତଥା ଆନ୍ଧ୍ର, ଝାଡ଼ଖଣ୍ଡ ସରକାରଙ୍କ ମାତୃଭାଷା ପ୍ରତି ଅସମ୍ମାନ ସ୍ୱାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି । ଦୁଇ ସରକାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆମ ମାତୃଭାଷା ଓ ଭୂମି ଆଜି ଅସୁରକ୍ଷିତ । ଏହାର ପ୍ରତିବାଦ ଭାଷା ଆନ୍ଦୋଳନ ପକ୍ଷରୁ କରାଯାଇଥିଲା ।
ଭାଷା ଆନ୍ଦୋଳନ, ଓଡ଼ିଶା ପକ୍ଷରୁ ଉକ୍ରଳ ନିର୍ମାତା ମଧୁବାବୁଙ୍କ ପ୍ରତିମୂର୍ତି ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିବାଦ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା, ବିରୋଧୀ କଂଗ୍ରେସ ଦଳର ସଭାପତି, ଭାରତୀୟ ଜନତା ପାର୍ଟିର ସଭାପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ସାରଦା ପ୍ରସାଦ ମହାପାତ୍ର, ନବ କିଶୋର ପ୍ରଧାନ, ନାରାୟଣ ଖୁଂଟିଆ, ନିରଞ୍ଜନ ସାହୁ, ଅଲେଖ ଜେନା, ଡମ୍ବରୁଧର ହରଣ ସିଂହ, ନିର୍ମଳ ମିଶ୍ର, ଦାଶରଥୀ ଗୁମାନସିଂ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଜଗଦୀଶ ପ୍ରଧାନ, ଅରବିନ୍ଦ ତି୍ରପାଠୀ, ଡ. ଅସିତ ଦାସ ପ୍ରମୁଖ ଭାଷା ତୀର୍ଥରେ ମଧୁବାବୁଙ୍କ ପାଖରେ ପ୍ରତିବାଦ ଜଣାଇଥିଲେ । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଜଣାଇଛନ୍ତି ।
ଭୂମିର ଓ ମାତୃଭାଷାର ସୁରକ୍ଷା, ସ୍ୱାଭିମାନ, ଓଡ଼ିଆରେ ଫଳକ ଲଗାଇବା, ଆମ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା, ବିଚ୍ଛିନାଂଚଳରେ ଥିବା ସମୂହ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା କରିବା ପ୍ରମୁଖ ଉପରେ ଜୋର ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *