Friday , June 9 2023
Home / ବିଶେଷ / ଓଡିଶା ହାଇକୋର୍ଟଙ୍କ ଐତିହାସିକ ରାୟ,କେଶ୍ ଡାଇରୀ ଠିକଣା ସମୟରେ ଅଦାଲତରେ ଦାଖଲ ନକଲେ ତଣ୍ଡ ଗଣିଵେ ତଦନ୍ତକାରୀ ଅଧିକାରୀ

ଓଡିଶା ହାଇକୋର୍ଟଙ୍କ ଐତିହାସିକ ରାୟ,କେଶ୍ ଡାଇରୀ ଠିକଣା ସମୟରେ ଅଦାଲତରେ ଦାଖଲ ନକଲେ ତଣ୍ଡ ଗଣିଵେ ତଦନ୍ତକାରୀ ଅଧିକାରୀ

କଟକ ସଦର , ୦୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅଭିଯୁକ୍ତମାନେ ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ବେଳେ କିମ୍ବା ଆଗୁଆ ଜାମିନ ପାଇଁ ତାଙ୍କ ଓକିଲଙ୍କ ଜରିଆରେ ଅଦାଲତଙ୍କ ଦ୍ୱ।ରସ୍ତ ହୋଇଥାଆନ୍ତି। ହେଲେ ଏହି ସମୟରେ ପ୍ରଥମ ପର୍ୟ୍ୟାୟରେ ଅଦାଲତ ସବୁବେଳେ ତଦନ୍ତକାରୀ ଅଧିକାରୀଙ୍କ ଠାରୁ କେଶ୍ ଡାଇରୀ ଆସିଵା ପର୍ୟ୍ୟନ୍ତ ଜାମିନ୍ ଆବେଦନର ଶୁଣାଣି ପାଇଁ ତାରିଖ ଧାର୍ୟ୍ୟ କରିଥାଆନ୍ତି। ତେଵେ ତଦନ୍ତକାରୀ ଅଧିକାରୀମାନେ ଅଦାଲତଙ୍କ ଆଦେଶନାମାକୁ ସମୟେ ସମୟେ ଗୁରୁତ୍ୱ ନଦେଇ ଅଦାଲତଙ୍କୁ ଅଵଗତ ନକରାଇ ନିରଵ ରହିଥାଆନ୍ତି। ଯାହା ଫଳରେ ଜାମିନ୍ ଆବେଦନର ଶୁଣାଣି ସମୟରେ ଅଦାଲତ ଓ ଓକିଲଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବା ସ଼ହ ଶୁଣାଣୀରେ ମଧ୍ୟ ବିଳମ୍ବ ହୋଇଥାଏ। ଏହିପରି ଅଦାଲତଙ୍କ ବାରମ୍ବାର ତାଗିଦା ପରେ ତଦନ୍ତକାରୀ ଅଧିକାରୀ ଅଦାଲତରେ କେଶ୍ ଡାଇରୀ ଦାଖଲ କରିଥାନ୍ତି। ଏହି ଅବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଏଣିକି ଏହିଭଳି ତୃଟି ପାଇଁ ସଂପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଜୋରିମାନା ଗଣିଵାକୁ ପଡିଵ ଵୋଲି ହାଇକୋର୍ଟ ତାଙ୍କର ଏକ ଐତିହାସିକ ରାୟରେ ପ୍ରକାଶ କରିଛନ୍ତି।ଏହି ରାୟ ପ୍ରକାଶ ପାଇଵା ପରେ ସଵୁ ମହଲ ସହ ବିଶେଷ କରି ଓକିଲମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ଜନୈକ ତଦନ୍ତକାରୀ ଅଧିକାରୀଙ୍କୁ ଏହି ତୃଟି ପାଇଁ ୫୦ ହଜାର ଟଙ୍କା ଜୋରିମାନା ହାଇକୋର୍ଟଙ୍କ ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.