କଟକ ସଦର ,୦୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତ ବର୍ଷ ମାଟ୍ରିକ ପାସ୍ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିଵ ବୋଲି କଟକ ଠାରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ) ପକ୍ଷରୁ ଜଣାଯାଇଛି। ରାଜ୍ୟରେ ଵୋର୍ଡ ପକ୍ଷରୁ ଏଥିପାଇଁ ୩୦ ଟି ଜିଲ୍ଲାରେ ଖୋଲାଯାଇଥିଵା ୩୦ ଟି କେନ୍ଦ୍ରରେ ସମସ୍ତ ସ୍କୁଲ ଗୁଡିକର ମୂଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ସାର୍ଟିଫିକେଟ ନେଇ ପାରିବେ। ମାଟ୍ରିକ ସାର୍ଟିଫିକେଟରେ ଯଦି କିଛି ତୃଟି ବିଚ୍ୟୁତି ଥାଏ ତାହା ଵୋର୍ଡ ପକ୍ଷରୁ ସଂଶୋଧନ କରାଯିଵ ଵୋଲି ନିଷ୍ପତ୍ତି ନିଆଯାଇଛି। ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ବୋର୍ଡର କଟକ ସ୍ଥିତ ମୂଖ୍ୟ କାର୍ୟ୍ୟାଳୟରେ ଏଥିପାଇଁ ନିର୍ଦ୍ଧାରିତ ଫି ଦାଖଲ କରି ସଂଶୋଧନ କରିପାରିବେ। ସଂଶୋଧନ ପାଇଁ ଆବେଦନର ଶେଷ ତାରିଖ ଅକ୍ଟୋବର ୩୦ ରଖାଯାଇଛି। ଓଡ଼ିଶା ସମାଚାର