Friday , August 12 2022
Home / କ୍ରୀଡ଼ା / ଆରଏସପିର ସେଲ୍ ହକି ଏକାଡେମୀ ପାଇଁ ୧୮ଜଣ ନୂତନ କ୍ୟାଡେଟ୍ ଚୟନ

ଆରଏସପିର ସେଲ୍ ହକି ଏକାଡେମୀ ପାଇଁ ୧୮ଜଣ ନୂତନ କ୍ୟାଡେଟ୍ ଚୟନ

ରାଉରକେଲା, ୦୧/୧୦/୨୦୨୧(ଓଡ଼ିଶା ସମାଚାର)- ସେଲ୍ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ପରିଚାଳିତ ସେଲ୍ ହକି ଏଳାଡେମୀରେ ନାମଲେଖା ପାଇଁ ୧୮ ଜଣ କ୍ୟାଡେଟ୍ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମନୋନୟନ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି । ଦେଶର ବିଭିନ୍ନ ଭାଗରୁ ପ୍ରାୟ ୧୬୮ ଜଣ ହକି ପ୍ରତିଭା ଏହି ଅଂଚଳର ଅନ୍ୟତମ ସର୍ବପୁରାତନ ହକି ଗୁରୁକୁଳ ରୂପେ ବିଦିତ ସେଲ୍ ହକି ଏକାଡେମୀରେ ଭର୍ତି ପାଇଁ ମନୋନୟନ ପ୍ରକ୍ରିୟାରେ ଉତ୍ସାହପ୍ରଦ ରୂପେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪ରୁ ୧୬ ବର୍ଷ ବୟସ ବର୍ଗର ୧୩୮ ଜଣ ଯୁବ ପ୍ରତିଭାଙ୍କୁ ବୟସ, ଉଚ୍ଚତା ଓ ଓଜନ ପରୀକ୍ଷା ଆଧାରିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗ୍ୟ ଘୋଷିତ କରାଯାଇଥିଲା । ପରବର୍ତୀ ରାଉଣ୍ଡରେ ସେମାନଙ୍କ ମଧ୍ୟରେ ୨୨ଟି ଅଭ୍ୟାସ ମ୍ୟାଚ୍ ନିଜ ଭିତରେ ଏବଂ ସେଲ ହକି ଏକାଡେମୀ ସହିତ ଅନୁଷ୍ଠିତ ହୋଇଥିଲା । ତନ୍ମଧ୍ୟୟରୁ ଅଧିକ ସ୍କ୍ରିନିଙ୍ଗ ପରେ ୭୦ ଜଣ ପ୍ରତିଭାବାନ ଖେଳାଳିଙ୍କୁ ପରବର୍ତୀ ରାଉଣ୍ଡରେ ନେବା ନିମନ୍ତେ ଚିହ୍ନଟ କରାଯାଇଥିଲା । ୪୫ ଜଣ ଏହି ମେଧା ତାଲିକାରେ ସ୍ଥାନ ପାଇଥିଲେ । ୨୭ ଜଣ ଖେଳାଳିଙ୍କୁ ସେମାନଙ୍କ ମଧ୍ୟରୁ ଚିହ୍ନଟ କରାଯାଇଥିଲା ଏବଂ ଚୁଡ଼ାନ୍ତ ରୂପେ ସେମାନଙ୍କ ମଧ୍ୟରୁ ୧୮ ଜଣ ମେଡିକାଲ ଟେଷ୍ଟରେ ଉତୀର୍ଣ୍ଣ ହୋଇ ସେଲ ହକି ଏକାଡେମୀରେ ଭର୍ତି ହେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏଥିସମେତ ୩ ଜଣ କ୍ୟାଡେଟଙ୍କ  ଉତକୃଷ୍ଟ ପ୍ରଦର୍ଶନ ଆଧାରରେ ଏକାଡେମୀରେ ପ୍ରଶିକ୍ଷଣ ନିମନ୍ତେ ସେମାନଙ୍କର ଅବଧି ଜାରି ରଖାଯାଇଛି । ଏହାସହିତ ଏକାଡେମୀର କ୍ୟାଡେଟ୍ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଏହି ମନୋନୀତ େଏକାଡେମୀ ଅଧୀନକୁ ଆସିଛନ୍ତି । ଖେଳରେ ସେମାନଙ୍କର ଧ୍ୟାନ ସମ୍ପୂର୍ଣ୍ଣ କେନ୍ଦ୍ରିତ ହେବା ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ରରେ ସମସ୍ତ ପ୍ରକାର ଯତ୍ନ ନିଆଯାଇଥାଏ । ଏଠାରେ କ୍ୟାଡେଟ୍ ମାନଙ୍କୁ ଏକାଡେମୀ ପକ୍ଷରୁ ମାଗଣାରେ ରହିବା, ମାସିକ ବୃତି, ସୁଷମ ଖାଦ୍ୟ, ଶିକ୍ଷା ଏବଂ ଅତ୍ୟାଧୁନିକ ଜିମନାସିୟମ ଆଦି ସୁବିଧା ଯୋଗାଇ ଦିଆଯାଇଥାଏ । ସେମାନଙ୍କୁ ଖେଳ କିଟ୍ ସମେତ ଆରଏସପି ହସ୍ପିଟାଲରେ ମାଗଣା ଚିକିତ୍ସା, ସ୍ଥାନୀୟ ସ୍କୁଲ ଓ କଲେଜରେ ଶିକ୍ଷା ସହାୟତା, ତାଲିମ ସମୟରେ ବୀମା ସୁବିଧା ଏବଂ ବର୍ଷକରେ ଥରେ ପିତାମାତା କିମ୍ବା ଅଭିଭାବକମାନଙ୍କ ପାଖକୁ ଯିବା ପାଇଁ ବସ୍ ଭଡ଼ା କିମ୍ବା ଟ୍ରେନ୍ ଭଡ଼ା ଆଦି ବିଭିନ୍ନ ସୁବିଧା ପ୍ରଦାନ କରାଯିବ । ଏତଦବ୍ୟତୀତ, କ୍ୟାଡେଟମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଂଟ ଖେଳିବାର ସୁଯୋଗ ପାଇବେ ଯାହା ସେମାନଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ । ଆରଏସପିର ସେଲ ହକି ଏକାଡେମୀ ଦଳ କେବଳ ଜାତୀୟସ୍ତରରେ ନୁହେଁ ଆନ୍ତର୍ଜାତୀୟ ହକି କ୍ଷେତ୍ରରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଅଲମ୍ପିୟାନ ବିରେନ୍ଦ୍ର ଲାକ୍ରାଙ୍କ ସମେତ ସେଲ୍ ହକି ଏକାଡେମୀର ବହୁ ଅନ୍ୟ କ୍ୟାଡେଟ୍ ଯଥା ସିଲାନନ୍ଦ ଲାକ୍ରା, ନବୀନ କୁଜୁର, ଜେରୋମ ଲାକ୍ରା, ସୁଶୀଲ ଖାଲକୋ, ଆନନ୍ଦ ଲାକ୍ରା, ପଙ୍କଜ ରଜକ, ଦୀପକ କୁଲୁ, ଆୟୁବ ଏକ୍କା, ରଞ୍ଜନ ଲାକ୍ରା ଏବଂ ଜୁଆଲ ଟପ୍ନୋ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜତୀୟ ପ୍ରତିଯୋଗିତାରେ ରାଜ୍ୟ ଓ ଦେଶର ପ୍ରତିନିଧିତ୍ୱ କରି ବହୁ ଗୌରବ ଅର୍ଜ୍ଜନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.