ଛତ୍ରପୁର, ୦୧/୧୦/୨୦୨୧(ଓଡ଼ିଶା ସମାଚାର)- ଅଲ ଓଡ଼ିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ୨୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନବାଡି ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ , ଚଳିତ ବଜାର ଦର ଅନୁସାରେ ଏସଏନପି ଦର ସଂଶୋଧନ,ନୂତନ ଶିକ୍ଷାନୀତି ଅନୁଯାୟୀ କର୍ମୀ ଓ ସହାୟିକାଙ୍କ ଭୂମିକା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ କରିବା ,ଭଡା ଘରେ ପରିଚାଳିତ କେନ୍ଦ୍ର ଗୁଡିକର ବକେୟା ଅର୍ଥ ପୈଠ କରିବା,ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯିବା,ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ଦିଆଯିବା ଆଦି ଦାବି ରହିଛି । ଆସୋସିଏସନ ର ସଭାନେତ୍ରୀ ରଂଜିତା କୁମାରୀ ରଥ ଓ ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର