ପାରାଦୀପ ୩୦/୦୯/୨୦୨୧(ଓଡ଼ିଶା ସମାଚାର)- କୁଜଙ୍ଗ ବ୍ଲକ ଅନ୍ତର୍ଗତ ତେରମାଣପୁର ଗ୍ରାମର ସମାଜସେବୀ ସୁନାକର ବେହେରାଙ୍କୁ ଜାତୀୟ ମଦର ଟେରେସା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ଦୁର୍ନୀତି ବିରୋଧୀ ବିଭାଗର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହି ସଂଗଠନର ଜାତୀୟ ସମ୍ପାଦକ ଡ଼. ନାସିର୍ ଖାନ୍ ଶ୍ରୀ ବେହେରାଙ୍କୁ ଉକ୍ତ ପଦବୀରେ ନିଯୁକ୍ତ କରିଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ମହଲରୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଶୁଭେତ୍ସାର ସୁଅ ଛୁଟିଛି । ଶ୍ରୀ ବେହେରା ଜିଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ସଂପ୍ରତି ଶ୍ରୀ ବେହେରା ଜଗତସିଂହପୁର ଜିଲା ଓଡ଼ିଶା ସାମ୍ବାଦିକ ସଂଘର ସଭାପତି ଭାବେ କାର୍ଯ୍ୟ କରିବା ସହିତ ଭାରତ ସରକାଙ୍କ ନୀତି ଆୟୋଗ ଅଧିନସ୍ଥ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ, ଆନ୍ତରାର୍ଷ୍ଟିୟ ମାନବାଧୀକାର ସଂଗଠନର ଜାତୀୟ ଉପସଭାପତି ତଥା ଅନ୍ୟ ଏକ ସଂଗଠନର ଯୁଗ୍ମ ସମ୍ପାଦକ ସମେତ ବିଭିନ୍ନ ଧାର୍ମିକ ଓ ଶିକ୍ଷାନୁଷ୍ଠାନରେ ପ୍ରମୁଖ ଦରାୟିତ୍ୱ ବହନ କରି ସାମାଜିକ କ୍ଷେତ୍ରରେ ବହୁ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । ଓଡ଼ିଶା ସମାଚାର
Check Also
ସରପଂଚ ଚିତ୍ରସେନ ଦାସଙ୍କ ହତ୍ୟା ଅଭିଯୋଗରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
କେନ୍ଦ୍ରାପଡ଼ା, ୧୬/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମପଂଚାୟତର ତତ୍କାଳୀନ ସରପଂଚ ଚିତ୍ରସେନ ଦାସଙ୍କୁ ହତ୍ୟା …