ପାରାଦୀପ ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ରେ କାର୍ଯ୍ୟରତ ସାମ୍ବାଦିକ ଜଗବନ୍ଧୁ ସ୍ୱାଇଁ ଙ୍କ ପିତା ଶିବ ଚରଣ ସ୍ୱାଇଁ (୬୮)ଙ୍କର ମଙ୍ଗଳବାର ବିଳମ୍ବିତ ରାତି ରେ ପାରାଦୀପ ବନ୍ଦର ଚିକିତ୍ସାଳୟ ରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସ୍ୱାଇଁ ପାରାଦୀପ ବନ୍ଦର ସେବା ରୁ ଅବସର ନେବା ପରେ ତାଙ୍କ ପୁଅ ତଥା ସାମ୍ବାଦିକ ଜଗବନ୍ଧୁ ଙ୍କ ସହିତ ପାରାଦୀପ ନୂଆବଜାର ଠାରେ ରହୁଥିଲେ । ମଙ୍ଗଳବାର ରାତି ରେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପାରାଦୀପ ବନ୍ଦର ଚିକିତ୍ସାଳୟ କୁ ଅଣାଯାଇଥିଲା । ଚିକିତ୍ସାଧିନ ଅବସ୍ଥା ରେ ତାଙ୍କ ର ପରଲୋକ ହୋଇଯାଇଛି । ଏହି ଖବର ପାଇ ପାରାଦୀପ ର କାର୍ଯ୍ୟରତ ସାମ୍ବାଦିକମାନେ ପାରାଦୀପ ବନ୍ଦର ଚିକିତ୍ସାଳୟ ରେ ପହଂଚି ଜଗବନ୍ଧୁ ଙ୍କ ସମେତ ମୃତ ପରିବାର ର ସଦସ୍ୟମାନଙ୍କୁ ଶାନ୍ତ୍ୱନା ଦେଇଥିଲେ । ସ୍ୱର୍ଗତ ସ୍ୱାଇଁ ଜଣେ ପରୋକପାରୀ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ପଦ୍ମଲାଭପୁର ଗ୍ରାମ ରେ । ଓଡ଼ିଶା ସମାଚାର