ସମ୍ୱଲପୁର, ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଶ୍ୟାମ ମେଟାଲିକ୍ସର ସୁରକ୍ଷାକର୍ମୀଙ୍କ ବନ୍ଧୁକ ଗୁଳିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗାଁର ବେଙ୍ଗଡୁରୁ ଭୂୟାଁ । ସେ ନିଶାନଭଙ୍ଗା ଗାଁର ନିଜ ମାଉସୀ ଘରକୁ ଆସିଥିବାବେଳେ ଅନ୍ୟ ୪ଜଣ ସାଙ୍ଗଙ୍କ ସହିତ ଶ୍ୟାମ ମେଟାଲିକ୍ସ କମ୍ପାନୀ ଭିତରକୁ ଯାଇଥିଲେ । ଏମାନେ କମ୍ପାନୀ ପରିସରରୁ ଚୋରି କରଚଥିବା ସନ୍ଦେହରେ ସୁରକ୍ଷା କର୍ମୀ ଛଡ଼ରା ବନ୍ଧୁକରେ ଫାୟାରିଙ୍ଗ କରିଥିଲେ । ବେଙ୍ଗଡୁରୁଙ୍କ ଗୋଡରେ ୩୦ରୁ ୪୦ଟି ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଙ୍ଗାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କେଉଁଥି ପାଇଁ ସେମାନେ ଶ୍ୟାମ ମେଟାଲିକ୍ସ କମ୍ପାନୀ ଭିତରକୁ ପଶିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ବେଙ୍ଗଡୁରୁ ଙ୍କ ସହ ଆଉ ଶ୍ୟାମ ମେଟାଲିକ୍ସ କମ୍ପାନୀ ଭିତରକୁ ପଶିଥିବା ଅନ୍ୟ ୪ଜଣ ସାଙ୍ଗ ଭୟରେ ଲୁଚିଛନ୍ତି । ଓଡ଼ିଶା ସମାଚାର