କଟକ ସଦର, ୩୦/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଆଇନ୍ ଅନୁଯାୟୀ ଵିନା ଉପଯୁକ୍ତ ଥଇଥାନରେ ଵସ୍ତି ଉଛେଦ ବନ୍ଦ କରିଵା ଏବଂ ୨୦୧୭ ମହାନଗର ନିଗମର ସଂଶୋଧିତ ଆଇନ୍ ର ଖୋଲା ଉଲଂଘନ କରାଯାଉଥିବା ପ୍ରତିବାଦରେ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଆବାହକ ଖଗେଶ୍ବର ସେଠୀଙ୍କ ନେତୃତ୍ୱରେ ଆଜି ଗୁରୁବାର କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରକାଶ ଯେ ଜଗନ୍ନାଥ ସଡକ କଡରେ ଗଢି ଉଠିଥିଵା ଵସ୍ତିକୁ ଥଇଥାନ କରା ନଯାଇ ଯୋର ଯଵରଦସ୍ତ ଉଠାଯିଵା ଉଦ୍ୟମକୁ ବିରୋଧ କରାଯାଇଥିଲା । ଏହି ଵିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ରାଜକିଶୋର ମଲ୍ଲିକ,ଵସ୍ତି ନେତା ଦିପକ ଦାସ, ସୁକାନ୍ତ ନାୟକ, ଲକ୍ଷ୍ମୀ ସିଂ, ସାବିତ୍ରୀ ହେମ୍ବ୍ରମ ପ୍ରମୁଖ ଵହୁ ବସ୍ତିବାସିନ୍ଦା ସାମିଲ ହୋଇଥିଲେ। ଓଡ଼ିଶା ସମାଚାର
