କଟକ ସଦର, ୩୦/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟ ସରକାର ଅବକାରୀ ଆଇନ୍ ଓ ନୀତିରେ ସଂଶୋଧନ ଆଣି ୨୦୨୧ ଜାନୁଆରୀ ୭ ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ।ଏହାପରେ ଫେବୃଆରୀ ୨୬ ରେ ଅବକାରୀ ବିଭାଗ ଲଟେରୀ ନିୟମାବଳୀ ଜାରି କରିଥିଲେ।ଏପରି ନିୟମାବଳୀ ଆଧାରରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲାରେ ଥିଵା ମଦ ଦୋକାନ ଲାଇସେନ୍ସ ଲଟେରୀ ବ୍ୟବସ୍ଥାରେ ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ।ହେଲେ ଏପରି ବ୍ୟବସ୍ଥାକୁ ଵିରୋଧ କରି ଲଟେରୀ ବ୍ୟବସ୍ଥା ଆଇନ୍ ସମ୍ମତ ନୁହେଁ ବୋଲି ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ। ଉକ୍ତ ମାମଲାର ବିଚାର କରି ଲଟେରୀ ମାଧ୍ୟମରେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ନିଷ୍ପତ୍ତି କୁ ବିରୋଧକରି ଦାୟର ସମସ୍ତ ୨୦ ଟିରୁ ଅଧିକ ମାମଲା ଖାରଜ କରିଵା ସହିତ ସରକାରଙ୍କ ନିଷ୍ପତ୍ତି କୁ କାଏମ୍ ରଖିଥିବା ଜଣାଯାଇଛି। ଓଡ଼ିଶା ସମାଚାର