Sunday , October 17 2021
Breaking News
Home / ବିଶେଷ / ଭରତପୁର ପଂଚାୟତ ପକ୍ଷରୁ ସ୍ୱଛ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭରତପୁର ପଂଚାୟତ ପକ୍ଷରୁ ସ୍ୱଛ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୩୦/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତ ପକ୍ଷରୁ ଆଜାଦିକା ଅମ୍ରିତ ମହୋତ୍ସବ ଏବଂ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ କେନ୍ଦ୍ରାପଡା ଏବିଡିଓ ଅନିରୁଦ୍ଧ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟକ୍ତିଗତ ସ୍ୱଛତା, ପରିଛନ୍ନତା ଓ ଗ୍ରାମାଂଚଳକୁ ସ୍ୱଛ ଏବଂ ସବୁଜ କରିବାକୁ ଉପସ୍ଥିତ ଜନପ୍ରତିନିଧି ଓ ପଂଚାୟବାସୀଙ୍କୁ ପରାମର୍ଶ ଦେଇଥିଲେ । ସରପଂଚ ଶ୍ରୀମତୀ ରାଉତ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଗ୍ରାମରେ ଅଳିଆ ଖାତ ଖୋଳାଯାଇ ସେହି ଖାତରେ ଅଳିଆ ପକାଇବା, ହାତଧୋଇବା ଓ ଘର ପାଖରେ ଅଳିଆ ଆବର୍ଜ୍ଜନା ନପକାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଂଚାୟତ କାର୍ଯ୍ୟାଳୟ ପରିସର ଓ ମେହେନ୍ଦିପୁର ଗ୍ରାମ୍ୟ ରାସ୍ତାକୁ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ଜେନା, ଗ୍ରାମରୋଜଗାର ସେବକ କ୍ଷଣପ୍ରଭା ବେହେରାଙ୍କ ସମେତ ସମସ୍ତ ୱାର୍ଡସଭ୍ୟ/ସଭ୍ୟା, ଅଙ୍ଗନୱାର୍ଡି କର୍ମୀ, ଆଶାକର୍ମୀ, ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *