Wednesday , October 27 2021
Breaking News
Home / ଶିକ୍ଷା / ବିଦ୍ୟାଳୟରେ ‘ ମଧ୍ୟାହ୍ନ ଭୋଜନ’ ନାଁ ଵଦଳିଲା,ହେଲା ‘ ପିଏମ୍ ପୋଷଣ’ ଯୋଜନା

ବିଦ୍ୟାଳୟରେ ‘ ମଧ୍ୟାହ୍ନ ଭୋଜନ’ ନାଁ ଵଦଳିଲା,ହେଲା ‘ ପିଏମ୍ ପୋଷଣ’ ଯୋଜନା

କଟକ ସଦର, ୩୦/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ବିଦ୍ୟାଳୟରେ ଉପସ୍ଥାନ ଵଢାଇଵା ଉଦ୍ଦେଶ୍ୟରେ ଏବଂ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ୧୯୫୯ ଅଗଷ୍ଟ ୧୫ ରେ ଆରମ୍ଭ ହୋଇଥିଲା ‘ମିଡ୍ ଡେ ମିଲ୍’ ଵା ‘ ମଧ୍ୟାହ୍ନ ଭୋଜନ’ ଯୋଜନା।ଦେଶ ବ୍ୟାପୀ ବିଦ୍ୟାଳୟ ଗୁଡିକରେ ୬ ରୁ ୧୪ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଏହି ଯୋଜନାରେ ପୋଷଣଯୁକ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇ ଆସୁଛି। ସୁପ୍ରିମକୋର୍ଟ ଏହି ଯୋଜନକୁ ବାଧ୍ୟତାମୂଳକ କରି ଦେଶର ପ୍ରତି ସରକାରୀ ସ୍କୁଲରେ ରନ୍ଧା ଖାଦ୍ୟ ଦେଵାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ।ଏଵେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ କେନ୍ଦ୍ରର ମୋଦି ସରକାର ଏହାର ନାଁ ଵଦଳାଇ ‘ ପିଏମ୍ ପୋଷଣ’ ଵା ‘ ପ୍ରଧାନମନ୍ତ୍ରୀ ପୋଷଣ’ ଯୋଜନା ରଖିଥିବା କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।ହେଲେ ଦେଶରେ ଚାଲୁ ରହିଥିବା ଅସଂଖ୍ୟ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିଵାରୁ ଅସନ୍ତୋଷ ଦେଖାଦେଇଛି।ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

About admin

Check Also

୧୮ ମାସ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲୁଛି ଆଜି –

ପ୍ରଥମ ଦୁଇ ଦିନ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍ ସମୟରେ କିପରି …

Leave a Reply

Your email address will not be published. Required fields are marked *