Friday , August 19 2022
Breaking News
Home / ବିଶେଷ / ବାଜିରାଉତ କଲେଜ ଦପ୍ତରୀ ବିମ୍ବାଧର ପୋଥାଳ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବାଜିରାଉତ କଲେଜ ଦପ୍ତରୀ ବିମ୍ବାଧର ପୋଥାଳ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଦପ୍ତରୀ ବିମ୍ବାଧର ପୋଥାଳ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ ଉତ୍ସବରେ ବରିଷ୍ଠ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ରହି ଅବସର ଗ୍ରହଣ କରୁଥିବା ଦପ୍ତରୀ ଶ୍ରୀଯୁକ୍ତ ପୋଥାଳଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ସେ ଜଣେ ଶାନ୍ତ,ସରଳ ଓ ମେଳାପି ବ୍ୟକ୍ତି ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଗ୍ରନ୍ଥାଗାରୀକ ନନ୍ଦ କିଶୋର ଧୀରମାନପତ୍ର ପଠନ କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ସୌମ୍ୟାଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶ୍ରୀଯୁକ୍ତ ପୋଥାଳ ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ,ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.