Saturday , December 4 2021
Home / କୃଷି / ଫସଲ କ୍ଷୟକ୍ଷତିର ଆକଳନ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଫସଲ କ୍ଷୟକ୍ଷତିର ଆକଳନ ପାଇଁ ତହସିଲଦାରଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଚଳିତ ଲଘୁଚାପଜନିତ ବର୍ଷାରେ କେନ୍ଦ୍ରାପଡା ତହସିଲ ଅଧିନ ଭାଗବତପୁର ଓ ଭରତପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ମୌଜା ଗୁଡିକରେ ଧାନଫସଲ ସଂପୂର୍ଣ୍ଣ ବର୍ଷାପାଣିରେ ବୁଡି ରହିଥିବାରୁ ଫସଲ ନଷ୍ଟ ହୋଇଯାଇଛି । ବିଶେଷ କରି କଷୋଟି,ଜମଧର, ମରଡପୁର ମୌଜାର ଧାନଫସଲ ଏବେବି ପାଣିରେ ବୁଡି ରହିଥିବାରୁ ସେହି ଅଂଚଳର ଧାନଫସଲ ସଂପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଥିବାରୁ ସେ ସମ୍ପର୍କରେ ଅନୁଧ୍ୟାନ କରି ରାଜସ୍ୱ ନିରୀକ୍ଷକ (ଆର.ଆଇ.) ରିପୋର୍ଟ ପ୍ରଦାନ କରିବା କଥା । ଅନ୍ୟସ୍ଥାନ ଭଳି ଏଠାରେ କ୍ଷୟକ୍ଷତିର ଅନୁଧ୍ୟାନ ନକରି ରାଜସ୍ୱ ନିରୀକ୍ଷକ କିଛି ହୋଇନଥିବା ଦର୍ଶାଉଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସରକାରଙ୍କ ଘୋଷଣା ଅନୁଯାଇ ଯେଉଁ ମୌଜାରେ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବ ସେହି ମୌଜାକୁ କ୍ଷତିପୁରଣ ପାଇଁ ଅନ୍ତର୍ଭୁକ୍ତ କରାଯିବା କଥା । ତେଣୁ ତହସିଲଦାର ଏଥିପ୍ରତି ଦୃଷ୍ଟି ଦେଇ ଏହି କ୍ଷତିଗ୍ରସ୍ତ ମୌଜା ଗୁଡିକର ଧାନ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଅଞ୍ଜନ କୁମାର ପଲାଇ, ସୁବାଷ ଚନ୍ଦ୍ର ସାହୁ, ଅମର ସେଠୀ, ବିଦୁ୍ୟଲତା ପଲେଇ, ମହେନ୍ଦ୍ର କୁମାର ସ୍ୱାଇଁ, ଅମୀୟ କୁମାର ବରାଳ ପ୍ରମୁଖ କେନ୍ଦ୍ରାପଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଲରେ ପାଚିଲା ଧାନ,ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚାଷୀ ଚିନ୍ତିତ

ଗରଦପୁର , ୨୮/୧୧/୨୦୨୧(ଓଡ଼ିଶା ସମାଚାର)- ବିଲରେ ପାଚିଲା ଧାନ । ଏବେ ଅମଳ ସମୟ ଉପନିତ । କିଛି ଚାଷୀ …

Leave a Reply

Your email address will not be published. Required fields are marked *