ପାରାଦୀପ ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଠରବାଙ୍କୀ ନିକଟସ୍ଥ ଟର୍ମିନାଲ ଛକ ନିକଟରୁ ବ୍ରାଉନ୍ ସୁଗାର ଜବତ ହେବା ଘଟଣା ପାରାଦୀପ ଯେ ବ୍ରାଉନ୍ ସୁଗାର ବ୍ୟବସାୟ ର ପେଣ୍ଠସ୍ଥଳୀ ପାଲଟି ଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଘଟଣା ରୁ ପ୍ରକାଶ ଯେ, ଗତ ମଙ୍ଗଳବାର ବିଳମ୍ବିତ ରାତି ରେ ପାରାଦୀପ ପୋଲିସ୍ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ପାରାଦୀପ ଅଠରବାଙ୍କୀ ନିକଟସ୍ଥ ଟର୍ମିନାଲ ଛକ ନିକଟ ରେ ପାରାଦୀପ ଅଠରବାଙ୍କୀ ଲକ୍ ପଡା ର ସ୍ୱର୍ଗତ ନିମାଇଁ ଚରଣ ପଣ୍ଡିତ ଙ୍କ ପୁଅ ସୁବାସ କୁମାର ପଣ୍ଡିତ(୩୯) ଓ ଇଫକୋ ଟାଉନସିପ୍ ରେ ରହୁଥିବା ସ୍ୱର୍ଗତ ତାରିଣୀ ମୋହନ ମହାନ୍ତି ଙ୍କ ପୁଅ ସୁବ୍ରତ କୁମାର ମହାନ୍ତି ଓଡି-୦୫-ଏଏନ୍-୫୬୩୧ ନମ୍ବର ବିଶିଷ୍ଟ ହିରୋ ମାଷ୍ଟ୍ରୋ ଗାଡି ରେ ଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଗାଡିରୁ ୯ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ କରିବା ସହ ଥାନା କୁ ଅଣାଯାଇଥିଲା । ସେମାନଙ୍କ ନିକଟରୁ ପୋଲିସ୍ ବତିଶ ଶହ ଟଙ୍କା ଜବତ କରିଛି । ଜବତ ବ୍ରାଉନ୍ସୁଗାର ର ମୂଲ୍ୟ ପ୍ରାୟ ନବେ ହଜାର ଟଙ୍କା ହେବ ବୋଲି ପୋଲିସ୍ ଠାରୁ ପ୍ରକାଶ । ପାରାଦୀପ ଆଦର୍ଶ ଥାନା ପୋଲିସ୍ ୨୧୩/୨୧ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ବୁଧବାର ଦିନ କୋର୍ଟ ଚାଲଣ କରିଥିବା ନେଇ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର