Tuesday , May 30 2023
Breaking News
Home / ବିଶେଷ / ପାରାଦୀପ ବନ୍ଦର ପକ୍ଷରୁ ସ୍ୱଛତା ପକ୍ଷ ଉଦଯାପିତ

ପାରାଦୀପ ବନ୍ଦର ପକ୍ଷରୁ ସ୍ୱଛତା ପକ୍ଷ ଉଦଯାପିତ

ପାରାଦୀପ,୩୦/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ସ୍ୱଛତା ପକ୍ଷ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ପୂର୍ବ ରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସର ରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ କାନମାସ୍ ପକ୍ଷରୁ ସଚେତନତାମୂଳକ କ୍ଷୁଦ୍ର ନାଟକ ଏବେ ନୁହେଁ ତ କେବେ ନୁହେଁ ପରିବେଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପାରାଦୀପ ବନ୍ଦର ର ମୁଖ୍ୟ ଚିକିତ୍ସାଧିକାରୀ ତଥା ଭାରପ୍ରାପ୍ତ ସଚୀବ ଡା. ପ୍ରହଲ୍ଲାଦ ପଣ୍ଡା ଙ୍କ ସମେତ ବିଭାଗୀୟ ମୁଖ୍ୟ, ଉପ ମୁଖ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ସ୍ୱଛତା ପକ୍ଷ ପାଳନ ଅବସର ରେ ବନ୍ଦର ର ବିଭିନ୍ନ ବିଭାଗ ଦ୍ୱାରା ସଚେତନତା, ସଫେଇ ଆଦି କାର୍ଯ୍ୟ ହୋଇଥିଲା । ବିଭାଗ ର ମୁଖ୍ୟ, କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ସହର ର ବିଭିନ୍ନ ସ୍ଥାନ ମାନଙ୍କ ରେ ସଚେତନତାମୂଳକ ହୋଡିଙ୍ଗ ମାନ ଲଗାଯାଇଥିଲା । ଜନସାଧାରଣଙ୍କୁ ସଚେତନତା ର ବାର୍ତା ପହଂଚାଇବା ପାଇଁ ସ୍ୱଛତା ରଥ ବିଭିନ୍ନ ସ୍ଥାନ ବୁଲିଥିଲା । ପାରାଦୀପ ସହର ରେ ଥିବା ପମ୍ପ ହାଉସ୍ ଗୁଡିକ ସଫେଇ କରାଯାଇଥିବା ପାରାଦୀପ ବନ୍ଦର ର ମୁଖ୍ୟ ପ୍ରବନ୍ଧକ(ସିଆର୍ ଆଣ୍ଡ ସି) ରତିକାନ୍ତ ନାୟକ ଏକ ପ୍ରେସ୍ ଇସ୍ତାହାର ରେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.