Tuesday , October 26 2021
Breaking News
Home / ବିଶେଷ / ପାଟକୁରା ପଂଚାୟତ ପ୍ରମୋଦ ଉଦ୍ୟାନ ପରିତ୍ୟକ୍ତ

ପାଟକୁରା ପଂଚାୟତ ପ୍ରମୋଦ ଉଦ୍ୟାନ ପରିତ୍ୟକ୍ତ

ଗରଦପୁର ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ହାଇସ୍କୁଲ ନିକଟରେ ପାଟକୁରା ପଂଚାୟତ ତରଫରୁ ଗତ ବର୍ଷ ଏକ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଥିଲା । ଦେଢ଼ବର୍ଷ ତଳେ ଉଦଘାଟିତ ହୋଇଥିବା ଏହି ପ୍ରମୋଦ ଉଦ୍ୟାନଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଥିଲା ବେଳେ ଏବେ ଏହା ବୁଲା ଗାଈ ଗୋରୁ ମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଉଦ୍ୟାନଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାରୁ ଆମୋଦ ପ୍ରମୋଦ ଲାଗି ଲୋକ ମାନଙ୍କ କାମରେ ଆସୁନାହିଁ । ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଏଠାକୁ କୁନି କୁନି ପିଲାମାନେ ଆସି ଖୁସି ଅନୁଭବ କରିବା ପାଇଁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଏହି ପରିକଳ୍ପନାକୁ ସାକାର କରିବା ପାଇଁ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଥିଲା । ଗରଦପୁର ବ୍ଲକ୍ ର ପ୍ରତ୍ୟେକ ପଂଚାୟତରେ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଥିବାବେଳେ ପାଟକୁରା ପଂଚାୟତ ପାଇଁ ପାଟକୁରା ହାଇସ୍କୁଲ ନିକଟରେ ଏହା ନିର୍ମାଣ କରାଯାଇଥିଲା । ଗତ ବର୍ଷ ଜାନୁଆରୀ ୨୬ ତାରିଖରେ ଏହାକୁ ଫଳକ ଲଗାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ପଂଚାୟତ ପାଂଠିରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ମଧ୍ୟ କରାଯାଇଛି । ମାତ୍ର ପ୍ରମୋଦ ଉଦ୍ୟାନର ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ପିଲା ମାନଙ୍କ ଲାଗି ରଖାଯାଇଥିବା କେତେକ ଖେଳ ସାମଗ୍ରୀ ଭାଙ୍ଗିରୁଜି ଗଲାଣି । ପ୍ରମୋଦ ଉଦ୍ୟାନ ମଧ୍ୟରେ ନିର୍ମିତ ରାସ୍ତା ସମ୍ପୂର୍ଣ୍ଣ ଭାବରେ ନିର୍ମାଣ ହୋଇପାରିନାହିଁ । ଅସରାଏ ବର୍ଷା ହେଲେ ପ୍ରମୋଦ ଉଦ୍ୟାନରେ ପାଣି ଜମି ରହୁଛି । ଏହାର ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ପାଟକୁରା ହାଇସ୍କୁଲକୁ ଆସୁଥିବା ଛାତ୍ର ଛାତ୍ରୀମାନେ ପ୍ରମୋଦ ଉଦ୍ୟାନରେ ସେମାନଙ୍କ ସାଇକେଲ ରଖୁଛନ୍ତି । ପ୍ରମୋଦ ଉଦ୍ୟାନ ମଧ୍ୟରେ ଆବଶ୍ୟକ ଫୁଲ ଗଛ ମଧ୍ୟ ଲଗାଯାଇନାହିଁ । ପ୍ରମୋଦ ଊଦ୍ୟାନ ମଧ୍ୟରେ ନିର୍ମିତ ରାସ୍ତା ଉପରେ ବ୍ୟବହୃତ ହୋଇଥିବା କେତେକ ଟାଇଲ୍ସ ଭାଙ୍ଗି ଗଲାଣି । ଏହା ମଧ୍ୟରେ ବୁଲା ଗାଈ ଗୋରୁମାନେ ଅବାଧରେ ବୁଲାବୁଲି କରୁଛନ୍ତି । ପିଲା ମାନଙ୍କ ପାଇଁ ଆବଶ୍ୟକ ଥିବା ଆକର୍ଷକିୟ ଖେଳ ଉପକରଣ ଗୁଡ଼ିକ ପ୍ରମୋଦ ଉଦ୍ୟାନରେ ନଥିବାରୁ ଏଠାକୁ ଆସିବାକୁ ପିଲାମାନଙ୍କର ଆଗ୍ରହ ପ୍ରକାଶ ପାଉନାହିଁ । ଏପରିକି ପ୍ରମୋଦ ଉଦ୍ୟାନ ଚାରିପାଖରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆଜି ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିନାହିଁ । ପ୍ରମୋଦ ଉଦ୍ୟାନରେ ଲାଗିଥିବା କେତେକ ଖେଳ ଉପକରଣ ଭାଙ୍ଗିରୁଜି ଯିବା ଅବସ୍ଥାକୁ ଆସିଗଲାଣି । ଗ୍ରାମାଂଚଳ ଲୋକମାନଙ୍କ ଆମୋଦ ପ୍ରମୋଦ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିିତ ହୋଇଥିବା ଏହି ପ୍ରମେଦ ଉଦ୍ୟାନଟି ଶ୍ରୀହିନ ହୋଇ ପଡ଼ିଛି । ପ୍ରମୋଦ ଉଦ୍ୟାନର ସାଜ ସଜା ଶ୍ରୀ ବୃଦ୍ଧି କରାଯିବା ସହିତ ଏହାର ରକ୍ଷଣା ବେକ୍ଷଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *