Tuesday , June 6 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଚ୍ଛତା ରଥ ପରିକ୍ରମା

କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଚ୍ଛତା ରଥ ପରିକ୍ରମା

କେନ୍ଦ୍ରାପଡ଼ା,୩୦/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ସ୍ୱଚ୍ଛଭାରତ ମିଶନରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ପରିପ୍ରେକ୍ଷୀରେ ସ୍ୱଚ୍ଛତା ରଥ ଅଭିଯାନ ଜିଲ୍ଲା କାର୍ଯ୍ୟାଳୟରୁ ବୁଧବାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ୭୫ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ରଥଯାତ୍ରା ପାଳନ କରାଯାଉଛି । ଏହି ସ୍ୱଚ୍ଛତା ରଥ ପରିକ୍ରମା କାର୍ଯ୍ୟକ୍ରମକୁ  ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ(ପ୍ରଶାସନ) ମନ୍ଦର ଧର ମାହାଳିକ ପ୍ରମୁଖ ଉଦଘାଟନ କରିଥିଲେ । ପରିମଳ ବିଭାଗର ପରାମର୍ଶ ଦାତା ଇତିଶ୍ରୀ ରାଉତ ଓ ରାଜୀବ ଲୋଚନ ବାଗ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଲୋକମାନଙ୍କୁ କାର୍ଯ୍ୟକ୍ରମ ସଂପର୍କରେ ବୁଝାଇଥିଲେ । ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଗ୍ରାମାଂଚଳରେ ଲୋକମାନଙ୍କୁ ସ୍ୱଚ୍ଛ ପରିବେଶ, ପ୍ରତିଘରେ ପାଇଖାନା ନିର୍ମାଣ ଓ ତାହାର ବ୍ୟବହାର କରିବା ସହିତ କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ରଥର ଉଦେଶ୍ୟ । ଏହା ବ୍ୟତୀତ ଘରର ଅଳିଆ ଏଣେତେଣେ ନପକାଇବା, ହ୍ୟାଣ୍ଡପମ୍ପ, ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଆଦି ଜଳଉତ୍ସକୁ ସଠିକ ନିୟନ୍ତ୍ରଣ, ସଫାକରିବା ଓ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.