Wednesday , October 20 2021
Breaking News
Home / ବିଶେଷ / ଅଗ୍ନି ବିପନ୍ନ ଓ ଦୂର୍ଘଟଣା ରେ ମୃତ ପରିବାର କୁ ଇଫକୋ ର ସହାୟତା

ଅଗ୍ନି ବିପନ୍ନ ଓ ଦୂର୍ଘଟଣା ରେ ମୃତ ପରିବାର କୁ ଇଫକୋ ର ସହାୟତା

ପାରାଦୀପ ୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ର ଗୋପାଳପୁର ପଂଚାୟତ ର ବିଜିପୁର ଗ୍ରାମ ର ମଂଜୁଲତା ପୃଷ୍ଟି ଙ୍କ ଘର କାନ୍ଥ ପଡି ଉଭୟେ ସ୍ୱାମୀ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିଣିଆ ପଂଚାୟତ ର କଳାଧାରୀ ଗ୍ରାମ ର ରୁନିଲତା ଲେଙ୍କା ଙ୍କ ଘର ଅଗ୍ନିକାଣ୍ଡ ଘଟି ନଷ୍ଟ ହୋଇଯାଇଥିଲା । ଏ ଘଟଣା ସଂପର୍କ ରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ ପାରାଦୀପ ଇଫକୋ କୁ ପିଡିତ ପରିବାର କୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଏ ସଂପର୍କ ରେ ଇଫକୋ ର ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦ୍ଧେଶକ ଙ୍କ ନିର୍ଦ୍ଧେଶ କ୍ରମେ ବୁଧବାର ଦିନ ଇଫକୋ ପକ୍ଷରୁ ଉଭୟ ପିଡୀତ ପରିବାର କୁ ଗୃହ ଉପକରଣ ସାମଗ୍ରୀ, ପାଲ, ଚାଉଳ, ଅଟା,ଚୂଡା,ଚିନି, ତେଲ ସମେତ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀ ରେ ଇଫକୋ ର ସହାୟକ ପ୍ରବନ୍ଧକ ପ୍ରସନ୍ନ କୁମାର ବେଉରା, ସାଂସଦ ଡା.ମଲ୍ଲିକ ଓ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ଉପସ୍ଥିତି ଓ ତତ୍ୱାବଧାନ ରେ ସମସ୍ତ ସାମଗ୍ରୀ ସୁଚାରୁ ରୂପେ ବଂଟନ କରାଯାଇଥିଲା । ଏହି ଘଟଣା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଇଫକୋ ର ଏହିପରି ସହାୟତା ଓ ସେବା ମନୋବୃତି କୁ ସାଧାରଣ ରେ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *