Wednesday , December 8 2021
Home / ବିଶେଷ / ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କଲେ

ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କଲେ

ଭୁବନେଶ୍ୱର,୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ପାର୍ବଣ ସମୟରେ ଲୋକେ ଏକାଠି ହୁଅନ୍ତି । ତେଣୁ ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ନିବେଦନ କରିଛନ୍ତି । ପୂଜା ପାର୍ବଣରେ ସାମାଜିକ ଦୂରତା ରଖିବାକୁ ନିବେଦନ କରିବା ସହିତ ବାହାରେ ଅଯଥା ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ନିୟମ ଓ ରାଜ୍ୟ ସରକାରଙ୍କ ଅନୁଭବକୁ ଆଧାର କରି ଘରେ ରହି ପୂଜା ପାର୍ବଣକୁ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସହରାଞ୍ଚଳ ଗୁଡ଼ିକରେ ରାତ୍ରୀକାଳିନୀ କର୍ଫ୍ୟୁ ଜାରି ରହିବ । ସହରାଂଚଳରେ ରାତି ୧୦ରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି ରହିବ । କିନ୍ତୁ କଟକ- ଭୁବନେଶ୍ୱର ଟ୍ୱିନ୍ ସିଟିରେ ୧୧ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ରାତ୍ରି ୮ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ପୂର୍ବ ପରି ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଆଦି ପାଇଁ ଗତ ମାସ ଥିବା ନିୟମ ଲାଗୁ ରହିବ । ୨୫୦ ଜଣ ଲୋକଙ୍କୁ ନେଇ ଆୟୋଜନ କରାଯାଇ ପାରିବ। ବିବାହ ଶୋଭାଯାତ୍ରାରେ ପୂର୍ବପରି ୫୦ ଜଣ ସାମିଲ ହୋଇ ପାରିବେ। ପୂର୍ଣ୍ଣ କ୍ଷମତା ସହ ମଧ୍ୟ ସିନେମା ହଲ୍ ଚାଲିବ। ଧାର୍ମିକ, ରାଜନୈତିକ କାର୍ୟ୍ୟକ୍ରମ ଉପରେ କଟକଣା ପୂର୍ବପରି ରହିବ। ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍ ଲାଇନ୍ ବଳବତ୍ତର ରହିବ। ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ସ୍ୱତନ୍ତ୍ର ଅଧିକ କଟକଣା । ଓଡ଼ିଶା ସମାଚାର

ସ୍ୱତନ୍ତ୍ର ରିଲିଫ୍ କମିଶନର୍ ଙ୍କ ଠାରୁ ଶୁଣନ୍ତୁ :

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *