Sunday , September 24 2023
Breaking News
Home / ବିଶେଷ / ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

ନିରାକାରପୁର,୨୯/୦୯/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ପଂଚାୟତ ଗୋଳବାଇ ଶାସନରେ ହାତୀ ଆକ୍ରମଣରେ ଉକ୍ତ ଗ୍ରାମର କାଳିଆ ସ୍ୱାଇଁ  (୪୮)ଆହତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ସୋମବାର ରାତି ୯ଟା୪୫ ମିନିଟରେ ଗୋଳବାଇ ଶାସନ ସାହିର କାଳିଆ ସ୍ୱାଇଁଙ୍କ ବିଲରେ ହାତୀ ପଶିଥିବାର ଖବର ପାଇ କାଳିଆ ସ୍ୱାଇଁ ନିଜେ ବିଲକୁ ଯାଉଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ସେ ଗୁରୁତର ହୋଇ ପଡ଼ିଥିବାବେଳେ ତାଙ୍କୁ ପରିବାର ଲୋକ ପ୍ରଥମେ ଖୋର୍ଦ୍ଧା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ  ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଭୁଷଣ୍ଡପୁର ଫରେଷ୍ଟର ସିନ୍ଧୁ ସିଂ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *