Saturday , August 13 2022
Breaking News
Home / ବିଶେଷ / ହାଇକୋର୍ଟଙ୍କ ଐତିହାସିକ ରାୟ,ଏଣିକି ୪ ଟି ତାରଖରେ ଫଇସଲା ହେଵ ଭରଣପୋଷଣ ମାମଲା

ହାଇକୋର୍ଟଙ୍କ ଐତିହାସିକ ରାୟ,ଏଣିକି ୪ ଟି ତାରଖରେ ଫଇସଲା ହେଵ ଭରଣପୋଷଣ ମାମଲା

କଟକ ସଦର , ୨୯/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଏଣିକି ଭରଣପୋଷଣ ମାମଲାର ଫଇସଲା କେଵଳ ୪ ଟି ତାରିଖରେ ଶେଷ ହେଵ ଵୋଲି ହାଇକୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି। ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ  ସିଆରପିସିର ୧୨୫ ଧାରାରେ ରୁଜୁ ଭରଣପୋଷଣ ମାମଲାରେ ପ୍ରୋସିଡିଙ୍ଗ୍ ୫ରୁ ୬ଟି ତାରିଖଠାରୁ ଵେଶି ହେଵ ନାହିଁ। ପ୍ରଥମ ତାରିଖରେ ନୋଟିସ୍ ହେବ। ଦିତୀୟ ତାରିଖରେ ପ୍ରତିପକ୍ଷ ଅଦାଲତରେ ହାଜର ସହ ଆପତ୍ତି ଦାଖଲ କରିଵେ। ତେଵେ ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷ୍ୟ ଦେଵାକୁ ଚାହିଁଵେ ତେଵେ ଆଉ ଏକ ତାରିଖ ଦିଆଯାଇ ସାକ୍ଷ୍ୟଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ। ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେଵ।ଯଦି କୈାଣସି ପକ୍ଷ ସାକ୍ଷ୍ୟ ପ୍ରଦାନ ପାଇଁ ଆଗ୍ରହୀ ନଥିଵେ ତେଵେ ତୃତୀୟ ତାରିଖର ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେଵ।ଏହାପରେ ଚତୁର୍ଥ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ ବୋଲି ହାଇକୋର୍ଟ ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।ଏ ସମସ୍ତ ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ଅଦାଲତ କହିଛନ୍ତି।ଫଳରେ ଫ୍ୟାମିଲି(ପରିବାର) କୋର୍ଟ ରେ ଦୀର୍ଘ ଦିନ ଧରି ଚାଲୁଥିବା ଭରଣପୋଷଣ ମାମଲା ଦୁଇ ମାସ ଅର୍ଥାତ୍ ୪ ଟି ତାରିଖରେ ଶେଷ ହେଵ ଵୋଲି ଜଣାପଡିଛି। ହାଇକୋର୍ଟ ଙ୍କ ଉକ୍ତ ନିର୍ଦ୍ଦେଶାନାମାକୁ ରାଜ୍ୟର ସମସ୍ତ ଫ୍ୟାମିଲି କୋର୍ଟ, ଜିଲ୍ଲା କୋର୍ଟ ଙ୍କ ଅବଗତି ନିମନ୍ତେ ପଠାଇବାକୁ ରେଜିଷ୍ଟ୍ରାର ପଦକ୍ଷେପ ନେଵେ ବୋଲି ହାଇକୋର୍ଟ କହିଛନ୍ତି। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.