Wednesday , October 5 2022
Home / ବିଶେଷ / ସମ୍ମାନଜନକ କଟକ ଓ ଭୂଵନେଶ୍ୱର କ୍ଲଵର ସଭାପତି ନିର୍ବାଚନ – କଟକ କ୍ଲଵର ପ୍ରଥମ ମହିଳା ସଭାପତି

ସମ୍ମାନଜନକ କଟକ ଓ ଭୂଵନେଶ୍ୱର କ୍ଲଵର ସଭାପତି ନିର୍ବାଚନ – କଟକ କ୍ଲଵର ପ୍ରଥମ ମହିଳା ସଭାପତି

କଟକ ସଦର , ୨୯/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ସମ୍ମାନଜନକ କଟକ ଓ ଭୁବନେଶ୍ୱର କ୍ଲଵର ନୂତନ ନୂଆ ସଭାପତି ନିର୍ବାଚନ ସରିଥିବାବେଳେ ଦୀର୍ଘ ବର୍ଷ ପରେ ଭୁବନେଶ୍ୱର କ୍ଲଵର ସଭାପତି ଥିଵା ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକ ଙ୍କ ପରେ ଖାଲି ଥିଵା ଉକ୍ତ ପଦବୀ ପୁରଣ ହୋଇଛି। ସେହିପରି କଟକ କ୍ଲଵ ୧୫୬ ଵର୍ଷ ଇତିହାସରେ କେହି ମହିଳା ସଭାପତି ପଦ ଅଳଙ୍କୃତ କରିନଥିବା ବେଳେ ପ୍ରଥମ ଥର ଜଣେ ମହିଳା ସଭାପତି ହୋଇ ରେକର୍ଡ କରିଛନ୍ତି।

ଭୂଵନେଶ୍ୱର କ୍ଲଵର ସଭାପତି ଭାବେ ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତତକାଳୀନ ପ୍ରଭାବଶାଳୀ ମୂଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଙ୍କୁ ୨୭୮ ଖଣ୍ଡ ଭୋଟରେ ପରାସ୍ତ କରି ସଭାପତି ଭାଵେ ନିର୍ବାଚିତ ହୋଇଛନ୍ତି। ସେହିପରି ୧୮୬୫ ରେ ଇଂରେଜ ଶାସକଙ୍କ ଦ୍ୱାରା ଗଠିତ ଐତିହାସିକ କଟକ କ୍ଲଵର ସଭାପତି ଭାବେ ୧୫୬ ଵର୍ଷ ପରେ ପ୍ରଥମଥର ଲାଗି ଜଣେ ମହିଳା ଡା.ସଂଯୁକ୍ତା ମହାପାତ୍ର ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି। ନିର୍ଵାଚିତ ସଭାପତି ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍ ଏବଂ ସ୍ୱର୍ଗତ ଡାକ୍ତର ଗିରିଧାରୀ ମହାପାତ୍ର ଙ୍କ କନ୍ୟା ଓ ଡକ୍ଟର ଵିଶ୍ୱମ୍ଵର ରାଜଗୁରୁଙ୍କ ପୁତ୍ରବଧୂ। ଓଡ଼ିଶା ସମାଚାର

Leave a Reply

Your email address will not be published.