Tuesday , June 6 2023
Breaking News
Home / ବିଶେଷ / ଭୂମିହୀନ ପଟ୍ଟା ପାଇଁ ଅନଶନ ନୋଟିସ

ଭୂମିହୀନ ପଟ୍ଟା ପାଇଁ ଅନଶନ ନୋଟିସ

ଗରଦପୁର, ୨୯/୦୯/୨୦୨୧(ଓଡ଼ିଶା ସମାଚାର)–ଗରଦପୁର ତହସିଲ ଅଧିନସ୍ଥ ତେଣ୍ଡାକୁଡ଼ା ମୌଜାର ଜ୍ୟୋତ୍ସ୍ନା କାହାଳୀ , ସ୍ୱାମୀ ଦିଲିପ କାହାଳୀ ଜଣେ ଭୂମି ହୀନ ପରିବାର । ତେଣ୍ଡାକୁଡ଼ା ମୌଜାର ଗତ ୨୫ ବର୍ଷ ଧରି ସେ ତାଙ୍କ ପରିବାର ସହ ରହୁଥିବା ଖଣ୍ଡେÿ ସରକାରୀ ଜମି ତାଙ୍କ ନାଁ ରେ ପଟ୍ଟା ନହେଲେ ସେ ସପରିବାର ସହ ଆସନ୍ତା ୫ ତାରିଖ ଠାରୁ ଗରଦପୁର ତହସିଲ ସମ୍ମୁଖରେ ଅନଶନ କରିବେ ବୋଲି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସୂଚନା ରୁ ପ୍ରକାଶ ଯେ ଗତ ୨୫ ବର୍ଷ ଧରି ଜ୍ୟୋତ୍ସ୍ନା କାହାଳୀ ନିଜ ପରିବାର ସହ ତେଣ୍ଡାକୁଡ଼ା ମୌଜାର ସରକାରୀ ପ୍ଲଟ ନଂ ୧୫୪ ରେ ରହିଆସୁଛନ୍ତି । ସେ ଜଣେ ଦଳିତ ଓ ଭୂମିହୀନ ହୋଇଥିବାରୁ ଭୂମୀହିନ ପଟ୍ଟା ପାଇବା ପାଇଁ ୍ହସିଲ ଓ ଜିଲାପାଳ ଙ୍କ କାର୍ଯ୍ୟାଳୟକୁ ପୂର୍ବରୁ ଅନେକ ଥର ଯାଇଥିଲେ । ଗତ ୫ ବର୍ଷ ହେବ ସରକାରଙ୍କ ତରଫରୁ ତାଙ୍କୁ ଏକ ଜାଗା ପ୍ରଦାନ କରାଯାଇଛି । ଯାହାକୁ ସେ ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । କାରଣ ମିଳିଥିବା ଯାଗା ବାସ ଉପଯୋଗୀ ନୁହେଁ , ସେହି ଯାଗା ଚତୁପାଶ୍ୱର୍ରେ ସ୍ମଶାନ ଓ କାଣିନଦୀ ଅବସ୍ଥିତ ଯାହାର ପ୍ଲଟ ନଂ ୩୫୩ /୧୧୯୯ । ଏ ସମ୍ପର୍କରେ ଜ୍ୟୋତ୍ସ୍ନା କାହାଳୀ ଅନେକ ଥର ତହସିଲ ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନାହାନ୍ତି । ଏବେ ସେ ପରିବାର ସହ ରହୁଥିବା ୧୫୪ ନମ୍ବର ପ୍ଲଟର ସରକାରୀ ଜମିରୁ ତାଙ୍କୁ ଉଛେଦ କରିବାକୁ ତେଣ୍ଡାକୁଡ଼ା ରାଜସ୍ୱ ସର୍କଲ ର ରାଜସ୍ୱ ନିରୀକ୍ଷକ ବାରମ୍ବାର ଧମକ ଦେଉଛନ୍ତି । ରହୁଥିବା ଯାଗାରୁ ତାଙ୍କ ନାମ କାଟିଦେଇଛନ୍ତି, ଆଉ ପାଉତି କଟାଯିବ ନାହିଁ ବୋଲି ଧମକାଇ ଯାଗାକୁ ଦଖଲ ମୁକ୍ତ କରିବା ପାଇଁ କହୁଛନ୍ତି । ଏଥିରେ ଅତିଷ୍ଠ ହୋଇ ଖଟିଖିଆ ଦିନ ମଜୁରୀଆ ହୋଇ ଚଳୁଥିବାରୁ ଆଉ ବାରମ୍ବାର ଜିଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ପରିବୁନାହିଁ ବୋଲି ସେମାନେ ଅଭିଯୋଗ କରିବା ସହିତ ଏକ ୩ ଦଫା ସମ୍ବଳିତ ଦାବିପତ୍ର ଦେଇ ପ୍ଲଟ ନଂ ୧୫୪ କୁ ତାଙ୍କ ନାମରେ ଭୂମି ହୀନ ପଟ୍ଟା କରିବା ପାଇଁ ଦାବି କରିଛନ୍ତି । ଆସନନ୍ତା ୪ ତାରିଖ ମଧ୍ୟରେ ପ୍ରଶାସନ ଦାବି ପୂରଣ ନକଲେ ୫ ତାରିଖ ଠାରୁ ଗରଦପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ମିଶି ଅନଶନ କରିବେ ବୋଲି ଜ୍ୟୋତ୍ସ୍ନା କାହାଳୀ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.