Tuesday , October 26 2021
Breaking News
Home / ରାଜନୀତି / ପାଣି ଘେରରେ ରହିଥିବା ଲୋକମାନଙ୍କୁ ସହାୟତା ଯୋଗାଇବା ଦାବିରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପାଣି ଘେରରେ ରହିଥିବା ଲୋକମାନଙ୍କୁ ସହାୟତା ଯୋଗାଇବା ଦାବିରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ତାରପୁର, ୨୯/୦୯/୨୦୨୧(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଲଗାଣ ବର୍ଷାରେ ରଘୁନାଥପୁର ବ୍ଲକର ଶହଶହ ଲୋକଙ୍କର ଚାଳଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଅଛି । ଅନେକ ଲୋକ ଏବେ ମଧ୍ୟ ପାଣି ଘେରରେ ଅଛନ୍ତି । ଏହି ବ୍ଲକର ରାଢଙ୍ଗ, ରେଢୁଆ, ପୁରୁଣାବସନ୍ତ, ତଅଁରା, ଏରଡଙ୍ଗା, ଛପଡା, ଗୁଆଳିପୁର, ପୁରଣ ଓଡପଡା, ତାରପୁର, ଜଗନ୍ନାଥପୁର, ସାଦେଇପୁର, ବରାଗୋଳ, ଅଢେଇକୂଳ, ଧରାଧରପୁର ପଂଚାୟତର ଲୋକମାନଙ୍କର ଅନେକ ଘର ଭାଙ୍ଗିବା ସହିତ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେମାନଙ୍କୁ ତୁରନ୍ତ ଅନୁସଦ୍ଧାନ କରାଯାଇ କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେଇ ସେମାନଙ୍କୁ ଆବାସ ଯୋଗାଇ ଦେବା ସହିତ ଗୁହାଳ ଭାଙ୍ଗିଥିବା ଲୋକମାନଙ୍କୁ ଗୁହାଳ ଯୋଜନାରେ ଅର୍ନ୍ତଭୁକ୍ତ କରାଯିବା ଦାବି ନେଇ ଏକ ଦାବିପତ୍ର ଜଗତସିଂହପୁର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ରୂପାଲିକା ଦାସ, ସହକାରୀ କୃଷି ଅଧିକାରିଣୀ ରାଜଲକ୍ଷ୍ମୀ ସାହୁଙ୍କୁ ପ୍ରଦାନ କରିଛନ୍ତି ।ତୁରନ୍ତ ସେମାନଙ୍କୁ ଆବାସ ଓ ଗୁହାଳ ଯୋଗାଇ ଦିଆନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ, ଉପସଭାପତି ଆର୍ତତ୍ରାଣ ପଣ୍ଡା, ସମ୍ପାଦକ ଶାରଦା ଜେନା, ବିନ୍ଦୁସାର ମହାପାତ୍ର, ଶରତ କୁମାର ନାୟକ, ମନମୋହନ ଗୋଛାୟତ, ପରେଶ କୁମାର ପାତ୍ର, ବସନ୍ତ ସ୍ୱାଇଁ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *