Tuesday , June 6 2023
Breaking News
Home / ଶିକ୍ଷା / ତୁଳସୀ ମହିଳା ମହାବିଦ୍ୟାଳୟରେ ପୋଷଣମାସ ପାଳିତ

ତୁଳସୀ ମହିଳା ମହାବିଦ୍ୟାଳୟରେ ପୋଷଣମାସ ପାଳିତ

କେନ୍ଦ୍ରାପଡ଼ା, ୨୯/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ନିର୍ଦେଶ କ୍ରମେ ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ପୋଷଣମାସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏକମାସ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ “ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପୋଷଣର ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ସାହୁ ସ୍ୱାଗତ ଭାଷଣ ଦେବା ସହିତ ମନୁଷ୍ୟ ଶରୀର ପାଇଁ ପୋଷଣର ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । +୩ ଜାତୀୟ ସେବା ଯୋଜନା ଅଧିକାରୀ ମଥୁରୀ ଚରଣ ନାୟକ ବର୍ତମାନ ସମୟରେ ସୁସ୍ଥ ଶରୀର ପାଇଁ କେଉଁ କେଉଁ ପ୍ରକାରର ପୋଷଣର ଆବଶ୍ୟକତା ରହିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଡଃ କଳ୍ପନା ବିଶ୍ୱାଳ ପୋଷଣର ଅର୍ଥ ଓ କିଭଳି ମନୁଷ୍ୟର ସୁସ୍ଥ ସଠିକ୍ ଓ ସନ୍ତୁଳିତ ପୋଷଣର ଆବଶ୍ୟକତା ରହିଛି ଏବଂ ସଠିକ ପୋଷଣର ଅଭାବରେ ଆମ୍ଭେମାନେ କେଉଁ କେଉଁ ରୋଗର ଶିକାର ହୋଇଥାଉ ସେ ସମ୍ପର୍କରେ ଆଲୋଚନା କରିଥିଲେ । +୩ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ପଦ୍ମଜା କବି ଶତପଥୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । +୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଜୟଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା/ଅଧ୍ୟାପକ ଛାତ୍ରୀ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.