Saturday , October 16 2021
Breaking News
Home / ବିଶେଷ / ଜଳ ଜୀବନ ମିଶନର କର୍ମଶାଳା

ଜଳ ଜୀବନ ମିଶନର କର୍ମଶାଳା

ନିରାକାରପୁର,୨୯/୦୯/୨୦୨୧(ଓଡ଼ିଶା ସମାଚାର)- ଶରୀର ସୁସ୍ଥ ରହିବା ପାଇଁ ଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି । କିପରି ସ୍ୱଛ ପାନୀୟ ଜଳ ପାଇପ ଯୋଗେ ସମସ୍ତଙ୍କ ନିକଟରେ ପହଂଚି ପାରିବ ସେ ସମ୍ବନ୍ଧରେ  ଖୋର୍ଦ୍ଧା ଜିଲ୍ଲା ବିଶ୍ୱ ଜୀବନ ସେବା ସଂଘ ଆୟୋଜନରେ ଚିଲିକା ବ୍ଲକ ପରିସରରେ ଅନୁଷ୍ଠିତ ଜଳ ଜୀବନ ମିଶନର କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ମଣ୍ଡଳ ଉନ୍ନୟନ ଅଧିକାରୀ ସୁଷମା ବାରିକ, କନିଷ୍ଠଯନ୍ତ୍ରୀ ଗଙ୍ଗାଧର ପାଢୀ, ବାସୁଦେବ ଶତପଥୀ, ସିଇଡ଼ିର ଶୁଭେନ୍ଦୁ ମହାନ୍ତି, ବିଶ୍ୱ ଜୀବନ ସେବା ସଂଘର ମୀନକେତନ ଶ୍ରୀଚନ୍ଦନ, ଜୟକୃଷ୍ଣ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଚାରୁଲତା ମହାନ୍ତି ସମେତ ସମସ୍ତ ସରପଂଚ , ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ସମସ୍ତ ଗ୍ରାମକୁ କିପରି ସ୍ୱଛ ପାନୀୟ ଜଳ ଯୋଗାଣ କରାଯିବ ସେଥିପାଇଁ ଆଲୋଚନା କରିଥିଲେ ।ଏଥି ସହିତ ଗ୍ରାମ୍ୟ ଜଳ ପରିମଳ କମିଟି ଗଠନ ଓ ତାର ପରିଚାଳନା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ଜୀବନ ସେବା ସଂଘ ସଂଯୋଜକ ଅକ୍ଷୟ ମଙ୍ଗରାଜ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *