Tuesday , October 26 2021
Breaking News
Home / ବିଶେଷ / ଜଗଦଳପୁର ଅଙ୍ଗନୱାଡ଼ି ସହାୟିକା ପଦୋନ୍ନତି ପାଇଁ କୋର୍ଟ ଗଲେ

ଜଗଦଳପୁର ଅଙ୍ଗନୱାଡ଼ି ସହାୟିକା ପଦୋନ୍ନତି ପାଇଁ କୋର୍ଟ ଗଲେ

ଗରଦପୁର, ୨୯/୦୯/୨୦୨୧(ଓଡ଼ିଶା ସମାଚାର)–ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଟକୁରା ପଂଚାୟତ ଅଧିନସ୍ଥ ଜଗଦଳପୁର ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ନମିତା ନାୟକ, ସ୍ୱାମୀ ଅଶୋକ କୁମାର ସାମନ୍ତସିଂହାର ଜଣେ ଅଙ୍ଗନୱାଡ଼ି ସହାୟିକା ଭାବେ ୨୦୦୧ ମସିହା ଠାରୁ କାର୍ଯ୍ୟ କରିଆସୁଛନ୍ତି । ସେହି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ପଦବୀ ଟି ଖାଲି ପଡ଼ିବାରୁ ଗତ ୨୭ ନଭେମ୍ବର ୨୦୧୭ ଠାରୁ ଗରଦପୁର ସିଡ଼ିପିଓ ଙ୍କ ନିର୍ଦ୍ଧେଶ ବଳରେ ନମିତା ଅଙ୍ଗନୱାଡ଼ି କର୍ମୀ ର ସମସ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ଗତ ୭ ଅଗଷ୍ଟ ୨୦୨୧ ଠାରୁ ପଦୋନ୍ନତି ଦେବାକୁ କହି ସିଡ଼ିପିଓ ନମିତାଙ୍କ ଠାରୁ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ସହିତ ୧୦ / ୧୨ ଟି ସାଧା କାଗଜରେ ଦସ୍ତଖତ ନେଇଥିଲେ । ହେଲେ ଏହାର କିଛି ଦିନ ପରେ ଗତ ୩ ସେପ୍ଟେମ୍ବର ୨୧ ତାରିଖ ସିଡ଼ିପିଓ ନମିତାଙ୍କୁ ଅଫିସ କୁ ଡ଼ାକି ଧମକ ଚମକ ଦେଇ ପଦବୀ ରୁ ବାହାର କରିଦେବି , ତୋ ସାର୍ଟିଫିକେଟକୁ ଜାଲ ଦର୍ଶାଇ ତତେ ବନ୍ଧାଇ ଦେବି ଆଦି ଧମକ ଚମକ ଦେଇ ପାଟି ଚପ୍ ରଖିବା ପାଇଁ କହିଥିଲେ । ଏଥିରେ ବ୍ୟଥିତ ହୋଇ ନମିତା ମାନ୍ୟବର ଉଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ବିଚାରପତି ଡ଼ି ଆର ସଢ଼ଙ୍ଗୀ ଗତ କାଲି ତାଙ୍କ ରାୟ ପ୍ରଦାନ କରି ନମିତାଙ୍କ ଦରଖାସ୍ତକୁ ଗ୍ରହଣ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *