Friday , August 12 2022
Breaking News
Home / ବିଶେଷ / କେନ୍ଦ୍ରାପଡା ବ୍ଲକରେ ପହଂଚିଲା ମସ୍କିଟୋ ଫଗିଂ ମେସିନ

କେନ୍ଦ୍ରାପଡା ବ୍ଲକରେ ପହଂଚିଲା ମସ୍କିଟୋ ଫଗିଂ ମେସିନ

କେନ୍ଦ୍ରାପଡ଼ା,୨୯/୦୯/୨୦୨୧(ଓଡ଼ିଶା ସମାଚାର)- ମଶାଙ୍କ ଦାଉରୁ ଗ୍ରାମାଂଚଳର ଲୋକମାନଙ୍କୁ  ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ବ୍ଲକକୁ ପ୍ରଥମ ଦଫାରେ ୨୦ଟି ମସ୍କିଟୋ ଫଗିଂ ମେସିନ ଯୋଗାଇ ଦିଆଯାଇଛି । ସେହି ମେସିନ ଗୁଡିକ ସହାୟତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତ ଅଧିନରେ ଥିବା ଗ୍ରାମ ଗୁଡିକରେ ପଂଚାୟତ ପକ୍ଷରୁ ମଶାଧୁଆଁ ଛଡାଯାଇ ଲୋକମାନଙ୍କୁ ମଶା ଦାଉରୁ ସୁରକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଅଶ୍ୱିନୀ କୁମାର ଦାସ ସୂଚନା ଦେଇଛନ୍ତି । ପରବର୍ତୀ ପର୍ଯ୍ୟାୟରେ ବ୍ଲକକୁ ଅଧିକ ମସ୍କିଟୋ ଫଗିଂ ମେସିନ ମିଳିବା ପରେ ବ୍ଲକର ପ୍ରତ୍ୟେକ ଗ୍ରାମପଂଚାୟତକୁ ଏହି ମେସିନ ଯୋଗାଇ ଦିଆଯିବ ।  ପଂଚାୟତ ଗୁଡିକ ପର୍ଯ୍ୟାୟକ୍ରମେ ପଂଚାୟତର ପ୍ରତ୍ୟେକ ଗ୍ରାମରେ ସେହି ମେସିନ ବୁଲାଇ ମଶାଧୁଆଁ ଛାଡିବା ସହ ଲୋକମାନଙ୍କୁ ମଶା ଦାଉରୁ ସୁରକ୍ଷା ପ୍ରଦାନ କରିବେ ।ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.