ତାରପୁର, ୨୯/୦୯/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରଣହତା ଗ୍ରାମର ଆଦର୍ଶ ଶିକ୍ଷକ ପ୍ରବୋଧ ଚରଣ ନାୟକଙ୍କର ୭୮ବର୍ଷ ବୟସରେ ପରଲୋକ ଘଟିଛି । ଗ୍ରାମ ଶ୍ମଶାନରେ ତାଙ୍କର ଶବ ଶତ୍କାର କରାଯାଇଥିଲା ।ତାଙ୍କର ପୁତ୍ର ସ୍ମୃତିରଂଜନ ନାୟକ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ନାୟକ ରଘୁନାଥପୁର ବ୍ଲକର ଜଗନ୍ନାଥପୁର ମଧୁସୂଦନପୁର ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।ତାଙ୍କର ବିୟୋଗରେ ଜୟଶୋଳ ସରପଂଚ ଅଭିମନୁ୍ୟ ନାୟକ, ପୂର୍ବତନ ସରପଂଚ ନରେନ୍ଦ୍ର ନାୟକ, ସମାଜସେବୀ ଦୁର୍ଯ୍ୟୋଧନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର