Thursday , September 28 2023
Home / ବିଶେଷ / ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ମଲା ଶିଶୁ ଜନ୍ମଦେବା ମାମଲାରେ ପୋଲିସର ନିଷ୍କ୍ରିୟତା ଓ ପକ୍ଷପାତିତା ନେଇ ଡ଼ିଜିପିଙ୍କୁ ଭେଟିଲା ଆମ୍ବେଦକର-ଲୋହିଆ ମଂଚ

ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ମଲା ଶିଶୁ ଜନ୍ମଦେବା ମାମଲାରେ ପୋଲିସର ନିଷ୍କ୍ରିୟତା ଓ ପକ୍ଷପାତିତା ନେଇ ଡ଼ିଜିପିଙ୍କୁ ଭେଟିଲା ଆମ୍ବେଦକର-ଲୋହିଆ ମଂଚ

କଟକ,୨୯/୦୯/୨୦୨୧(ଓଡ଼ିଶା ସମାଚାର)- ଯାଜପର ଜିଲ୍ଲାରେ ଜାତିଗତ ନିର୍ଯ୍ୟାତନା ହୁହୁ ହୋଇ ବଢୁଥିବା ବେଳେ ପୋଲିସ୍ ପ୍ରଶାସନର ପକ୍ଷପାତିତା କୌଣସି କାର୍ଯ୍ୟାନଷ୍ଟାନ ନେଉନଥିବାରୁ ଆମ୍ବେଦକର-ଲୋହିଆ ବିଚାରମଂଚ ଏନେଇ ରାଜ୍ୟ ପୋଲିସ୍ ମହାନିର୍ଦ୍ଧେଶକଙ୍କ ନିକଟରେ ଫେରାଦ ହୋଇଛି । ଯାଜପୁର ଜିଲ୍ଲା କୋରାଇ ଥାନାରେ ଦଳିତ ମହିଳାଙ୍କୁ ଆକ୍ରମଣ ଓ ଚିକିତ୍ସାଧିନ ଅବସ୍ଥାରେ ମଲାଶିଶୁ ଜନ୍ମଦେବା ଗୁରୁତର ଘଟଣା ହୋଇଥିବା ବେଳେ ପୋଲିସ୍ ୪୮ ଜଣ ଅଭିଯୁକ୍ତଙ୍କୁ ଥାନାରେ ବ୍ୟକ୍ତିଗତ ମୁଚାଳିକାରେ ଛାଡ଼ି ଦେଉଛି । ଏପରିକି ଏହି ମାମଲାରେ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ୍ ପକ୍ଷପାତ କରି ୩୦୭ ଧଫା ଲଗାଇନାହିଁ । ସେହିପରି କାଉଁଂଟର କେଶ ନମ୍ବର ୨୧୭ରେ ଅଭିଯୁକ୍ତ ନଥିବା ଆକାଶ ମଲ୍ଲିକଙ୍କୁ ଗିରଫ କରି କୋର୍ଟକୁ ପଠାଇ ଦେଇଥିଲାବେଳେ ମଲାଶିଶୁକୁ ଜନ୍ମଦେଇଥିବା ମାମଲାରେ ୩୦୨ ଦଫା ଲଗାଇ ମାମଲା କରିବାକୁ ମଂଚ ତରଫରୁ ଅଭିଯୋଗ ହୋଇଛିି । ଏହି ଘଟଣାନେଇ ଗତ ମାସ ୧୩ ତାରିଖରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ କରିଥିଲେ ମଧ୍ୟ ପୋଲିସ୍ ସରକାର ଓ ପୋଲିସ୍ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ଏପରିକି ସାମ୍ବିଧାନିକ ଆଇନ୍ କାର୍ଯ୍ୟକାରୀ ହେଉନାହିଁ । ପ୍ରାୟ ୧୮ ଟି ମାମଲାରେ କେହି ବି ଜଣେ ଗିରଫ ହୋଇନଥିବାର ଅଭିଯୋଗ କରାଯାଇଛି । କୋରାଇ ଥାନାରେ ବହୁ ମାମଲାକୁ ସଠିକ ତଦନ୍ତ କରା ନଯାଇ ମିଥ୍ୟା ମାମଲା କରି ଦଫାରଫା କରି ଦେଉଛନ୍ତି । କୋରାଇର ପୁର୍ଣିମା ଜେନାଙ୍କ କେଶ୍ ରେ ୨୩୩/୨୦୨୧ କାଯ୍ୟାନୁଷ୍ଟାନ ନହେବା ନେଇ ଅଭିଯୋଗ ହୋଇଥିଲା । ସେହିପରି ବିଂଝାରପୁର ଓ ବରୀର ଛାତ୍ରଙ୍କୁ ପ୍ରଧାନଶିକ୍ଷକଙ୍କ ମରାଣାନ୍ତକ ଆକ୍ରମଣ ଓ ଛାତ୍ରମାନଙ୍କ ଦ୍ୱାରା ବର୍ବରୋଚିତ ଆକ୍ରମଣରେ ଆସାମୀ ଗିରଫ ଦାବି ନେଇ ମଧ୍ୟ ମଂଚ ଓ ଗ୍ରାମବାସୀଙ୍କ ତରଫରୁ ରାଜ୍ୟ ମାନବିକ ଅଧିକାର କମିଶନର ସଦସ୍ୟ ଅସୀତ ଅମିତାଭ ଦାସଙ୍କ ଭେଟିଥିଲେ । ସମସ୍ତ ଘଟଣାର କାର୍ଯ୍ୟାନୁଷ୍ଠାନ ଆସାମୀଙ୍କୁ ଗିରଫ ଓ କୋରାଇ ଥାନା ଅଧିକାରୀ ରଂଜିତ ମହାନ୍ତଙ୍କ ବିରୁଦ୍ଧରେ ପଦକ୍ଷେପ ପାଇଁ ଦାବି କରିଥିଲେ । ମଂଚ ତରଫରୁ ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକଙ୍କ ନେୃତତ୍ୱରେ ମନୋରଂଜନ ଜେନା,ଯଶୋବନ୍ତ ଜେନା,ମୁଷି ଜେନା ସହଦେବ ଜେନା ମଦନଜେନା ପ୍ରମୁଖ ବହୁ ଗ୍ରାମବାସୀ ଭେଟିଥିଲେ । ତୁରନ୍ତ ପଦକ୍ଷେପ ପାଇଁ ନିଦ୍ଧେଶ ଦେଇଥିବାର ଜଣାଯୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *